ବାତ୍ୟା ଜୱାଦ ମୁକାବିଲା: ୧୯ଟି ଜିଲ୍ଲାରେ ଶନିବାର ସ୍କୁଲ ବନ୍ଦ ରହିବ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ବାତ୍ୟା ଜୱାଦକୁ ଆଖି ଆଗରେ ରଖି ଗଣଶିକ୍ଷା ବିଭାଗ ଜରୁରୀ ନିଷ୍ପତି ନେଇଛି । ନିଷ୍ପତି ଅନୁଯାୟୀ ଶନିବାର ୧୯ଟି ଜିଲ୍ଲାରେ ସ୍କୁଲ ଛୁଟି ରଖିବା ନେଇ ସୂଚନା ଦେଲା ବିଭାଗ । ବାତ୍ୟା ଜୱାଦ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ସ୍କୁଲ ବନ୍ଦ ରହିବ । ଏହି ସମୟରେ କୌଣସି ଛାତ୍ରଛାତ୍ରୀ ବିଦ୍ୟାଳୟ ନଯିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ଗଣଶିକ୍ଷା ବିଭାଗ ।

ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ, ନୟାଗଡ, ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଛୁଟି ରହିବ । ସେହିପରି କେନ୍ଦ୍ରାପଡା, କୋରାପୁଟ, ରାୟଗଡା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, ମୟୂରଭଞ୍ଜ ଜିଲ୍ଲା ମାନଙ୍କରେ ମଧ୍ୟ ବିଦ୍ୟାଳୟ ବନ୍ଦ ରହିବ ।

Leave A Reply

Your email address will not be published.