ଘଂଟାପ୍ରତି ୨୨ କିମି ବେଗରେ ଗତି କରୁଛି ଜୱାଦ, ପୁରୀଠାରୁ ୪୮୦ କିମି ଦୂରତାରେ ଅଛି ବାତ୍ୟା

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ଏହାର ପ୍ରଭାବରେ ବର୍ଷା ହେବ ବୋଲି ଯେଉଁ ପୂର୍ବରୁ ଆକଳନ କରାଯାଉଥିଲା ତାହା ସତ୍ୟରେ ପରିଣତ ହୋଇଛି । ଏହି ଲଘୁଚାପ ଭୟଙ୍କର ବାତ୍ୟା (ଜୱାଦ) ରୂପ ନେଇଛି । ଜୱାଦ ଏବେ ଉପକୂଳ ନିକଟବର୍ତୀ ହେଉଛି । ବାତ୍ୟା ଜୱାଦ ଏବେ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୪୨୦ କିଲୋମିଟର ଦୂରରେ ରହିଛି । ସମାନ ଦିଗରେ ପୁରୀ ଠାରୁ ୪୮୦ କିଲୋମିଟର ଓ ପାରଦୀପ ଠାରୁ ୫୬୦ କିଲୋମିଟର ଦୂରରେ ରହିଛି । ବିଗତ ୬ ଘଂଟା ହେଲେ ଜୱାଦ ଘଂଟାପ୍ରତି ୨୨ କିଲୋମିଟର ବେଗରେ ଉତର-ଉତର ପଶ୍ଚିମକୁ ଗତି କରୁଛି । ଉତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ଶନିବାର ସକାଳେ ପହଂଚିିବ ଜୱାଦ’ ।

ପାଣିପାଗ ବିଭାଗର ସୂଚନା ମୁତବାକ ୫ ତାରିଖ ଅପରାହ୍ନରେ ପୁରୀ ଜିଲ୍ଲାର ଉପକୂଳରେ ସ୍ପର୍ଶ କରିପାରେ । ତେବେ ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଶୁକ୍ରବାର ଦକ୍ଷିଣ ଓଡ଼ିଶା ସମେତ ପୂର୍ବ ଓଡ଼ିଶାରେ ମଧ୍ୟ ବର୍ଷା ଆରମ୍ଭ ହୋଇଯାଇଛି । ମଧ୍ୟ ରାତିରୁ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଛି । ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟ ବର୍ଷା ବଢ଼ିବ । ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲା ମଧ୍ୟ ପ୍ରବଳ ବର୍ଷା ହେବ । ୫ ତାରିଖରେ ଉପକୂଳ ଓ ଉତର ଓଡ଼ିଶା ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

Leave A Reply

Your email address will not be published.