ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ବିରୋଧରେ ଧାରଣାରେ ବସିଲା ବିଜେଡି

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ରାଜ୍ୟରେ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ଗାନ୍ଧି ପ୍ରତିମୂର୍ତି ତଳେ କେନ୍ଦ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଦରଦାମ ବୃଦ୍ଧି ପ୍ରତିବାଦରେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତି ତଳେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀଙ୍କ ଏହି ବିକ୍ଷୋଭ ପ୍ରଦର୍ଶନ କରି ଦରଦାମ ନିୟନ୍ତ୍ରଣକୁ ଆଣିବାକୁ ଦାବି କରିଛନ୍ତି ।
ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ଆନ୍ଦୋଳନ ମଧ୍ୟ କରୁଛି । ରାଜରାସ୍ତାରୁ ରାଜଭବନ ପହଂଚିଛି ଦରଦାମ ବୃଦ୍ଧି ତାତି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ବିଜେଡି ଧାରଣା ି ଦେଇଛ । ଏଥିରେ ମହିଳା, ଯୁବ ଓ ଛାତ୍ର ବିଜେଡି କର୍ମୀ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାର ଦରଦାମ କମାଇବା ନେଇ କୌଣସି ପଦକ୍ଷେପ ନନେବାରୁ ବିକ୍ଷୋଭକୁ ଜୋରଦାର କରିଛି ବିଜେଡି ।

ପେଟ୍ରୋଲ, ଡିଜେଲ ଗ୍ୟାସ୍‌ ଦର ବୃଦ୍ଧି ପ୍ରଭାରରେ ସମସ୍ତ ପ୍ରକାର ପଦାର୍ଥ ଓ ଖାଦ୍ୟପେୟର ଦାମ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଖାଇବା ତେଲଠାରୁ ଆରମ୍ଭ କରି ଅଟା, ଡାଲି ଓ ଅନ୍ୟାନ୍ୟ ସାମଗ୍ରୀ ଦର ଅହେତୁକ ବୃଦ୍ଧି ପାଇଛି । ପରିବା ବଜାରରେ ଯେମିତି ନିଆଁ ଲାଗିଛି । ସ୍ଥିତି ଏମିତି ହୋଇଛି ଯେ ଟଙ୍କା ହଜାରେ ନେଇ ଗଲେ ବି ପରିବା ବ୍ୟାଗ୍‌ ପୂରଣ ହେଉନାହିଁ । ଏହା କେବଳ ଓଡ଼ିଶା କଥା ନୁହେଁ । ପୂରା ଦେଶରେ ଦରଦାମ ବୃଦ୍ଧିକୁ ନେଇ ତ୍ରାହୀ ତ୍ରାହୀ ଡାକୁଛନ୍ତି ଲୋକେ ।

Leave A Reply

Your email address will not be published.