ବାତ୍ୟା ଜୱାଦ ମୁକାବିଲା: ପ୍ରସ୍ତୁତ ରହିବେ ୧୦୮ ଓଡ୍ରାଫ ଟିମ୍‌, ୨୦୦ ଫାୟାର ଟିମ୍‌

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ସମ୍ଭାବ୍ୟ ବାତ୍ୟା ଜୱାଦର ମୁକାବିଲା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ବାତ୍ୟାକୁ ନେଇ ଯଥେଷ୍ଟ ସଚେତନ ଥିବାବେଳେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ଉଦ୍ଧାରକାରୀ ଦଳ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଆସନ୍ତା ୪ ତାରିଖ ସୁଦ୍ଧା ବାତ୍ୟା ଜୱାଦର ପ୍ରଭାବରେ ଦକ୍ଷିଣ ଓ ଉତର ଓଡ଼ିଶାରେ ବର୍ଷା ଓ ପବନ ହେବା ନେଇ ଜାତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ତେବେ ତଳିଆ ଅଂଚଳ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫାୟାର, ଓଡ୍ରାଫ, ଏନଡ଼ିଆରଏଫକୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାତ୍ୟା ପାଇଁ ପ୍ରସ୍ତୁତ ରହିବେ ୧୦୮ ଟି ଓଡ୍ରାଫ ଟିମ୍‌, ୨୦୦ ଟି ଫାୟାର ଟିମ୍‌ ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାର ଜିରୋ କାଜୁଆଲିଟର ଆହ୍ୱାନ ନେଇ ପ୍ରତିଟି ବାତ୍ୟାକୁ ମୁକାବିଲା କରି ଆସିଛନ୍ତି । ଆଗୁଆ ପ୍ରସ୍ତୁତି ହିଁ ଓଡ଼ିଶାରେ ବାତ୍ୟାକୁ ମୁକାବିଲା କରିବାରେ ସକ୍ଷମ ସାଜେ ।

Leave A Reply

Your email address will not be published.