ବିଷାକ୍ତ ମାଛ ତରକାରୀ ଖାଇ ୧୦ ବର୍ଷର ନାବାଳକ ମୃତ, ୩ ଗୁରୁତର

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ରାତିରେ ସମସ୍ତେ ଖୁସିରେ ମାଛ ତରକାରୀ ରାନ୍ଧି ପୁରା ପରିବାର ଖାଇଲେ । ମାତ୍ର ଖାଇ ସାରିବା ପରେ ହଠାତ ସମସ୍ତଙ୍କ ଦେହ ଅସୁସ୍ଥ ହୋଇ ପଡିଲା । ସେହି ବିଷାକ୍ତ ମାଛ ତରକାରୀ ଖାଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ହୋଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଜଣେ ୧୦ ବର୍ଷର ନାବାଳକର ମୃତ୍ୟୁ ଘଟିଛି । ଘଟଣାଟି ଘଟଛି ଟାଙ୍ଗୀ କୁହୁଡିଚୁଆ ଅଂଚଳରେ । ଗୁରୁତରଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା । ସମସ୍ତଙ୍କୁ ଭୁବନେଶ୍ୱର ଏକ ହସ୍ପିଟାଲରେ ଭର୍ତିତ କରାଯାଇଛି ।

ଘଟଣାରୁ ପ୍ରକାଶ, ପରିବାରଟି ଟାଙ୍ଗୀ କୁହୁଡିଚୁଆ ଅଂଚଳର ଏକ କୁକୁଡା ଫାର୍ମରେ ରହିଆସୁଥିଲେ । ଗତକାଲି ରାତିରେ ମାଛ ତରକାରୀ କରି ପୂରା ପରିବାର ଖାଇଥିଲେ । ଏହାପରେ ସମସ୍ତେ ହଠାତ ଅସୁସ୍ଥ ହୋଇଯାଇଥିଲେ । ବିଷାକ୍ତ ମାଛ ତରକାରୀ ଖାଇ ସେମାନେ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ମେଡିକାଲରେ ଭର୍ତିି କରାଯାଇଥିଲା ।

Leave A Reply

Your email address will not be published.