ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ମାମଲା, ଦୋଷୀକୁ ୪୦ ବର୍ଷ ଜେଲ୍‌ ସହ ଲକ୍ଷେ ଟଙ୍କା ଜରିମାନା

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଦୁଷ୍କର୍ମକାରୀକୁ ମିଳିଛି ଉଚିତ ଦଣ୍ଡ । ବଲାଙ୍ଗୀର ଫାଷ୍ଟ ଟ୍ରାକ କୋର୍ଟରେ ହୋଇଥିବା ଏହି ଦଣ୍ଡାଦେଶ ଉକ ଉଦାହରଣ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ୨୦୧୬ ମସିହାରେ ସଂଘଟିତ ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ମଙ୍ଗଳବାର ମାନ୍ୟବର କୋର୍ଟ ଦୁଷ୍କର୍ମକାରୀକୁ ୪୦ ବର୍ଷ କାରାଦଣ୍ଡ ସହ ଲକ୍ଷେ ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି । ଉପରୋକ୍ତ ଶୁଣାଣୀ କରିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ଗତ ୨୦୧୬ ମସିହାରେ ବଲାଙ୍ଗିରର ଦୁଇ ନାବାଳିକା ଭଉଣୀକୁ ତାଙ୍କର ମାଉସୀ ପୁଅ ଭାଇ ସୋନପୁର ଜିଲ୍ଲା ତରଭାର ସୁମିତ ମଲ୍ଲିକ ନିୟମିତ ଭାବରେ ବାରମ୍ବାର ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା ।

ବଲାଙ୍ଗିର ଟାଉନ୍‌ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ୍‌ ୧୮/ ୨୦୧୬ରେ ମାମଲା ରୁଜୁ କରି ଅଭିଯୁକ୍ତ ସୁମିତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ବଲାଙ୍ଗିର ଫାଷ୍ଟଟ୍ରାକ କୋର୍ଟରେ ହୋଇଥିଲା । କୋର୍ଟର ସ୍ୱତନ୍ତ୍ର ବିଚାରପତି ବିରଂଚି ନାରାୟଣ ମିଶ୍ର ଗତ ୨୭ ତାରିଖରେ ମାମଲାର ଫଇସଲା ଶୁଣାଇଛନ୍ତି ।

ଯେଉଁଥିରେ ଦୁଇ ନାବାଳିକା ସମ୍ପର୍କୀୟ ଭଉଣୀକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ମାମଲାରେ କୋଡ଼ିଏ କୋଡ଼ିଏ ବର୍ଷ ଲେଖାଏଁ ସଜା ଶୁଣାଇଛନ୍ତି କୋର୍ଟ । ସେହିପରି ଦୋଷୀ ଉପରେ ଦୁଇ ମାମଲାରେ ୫୦ ହଜାର ଟଙ୍କା ଲେଖାଏଁ ମୋଟ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ।

Leave A Reply

Your email address will not be published.