୯୯୯ କୋଟି ୯୯ ଲକ୍ଷ ଟଙ୍କାର ପୁଞ୍ଜିନିବେଶରେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଆତ୍ମ ନିର୍ଭରଶୀଳ ଭାରତ ଯେପରି ଦେଶ ପାଇଁ ଏକ ଆହ୍ୱାନ ହୋଇଛି ସେହିପରି ଆତ୍ମ ନିର୍ଭରଶୀଳ ଓଡ଼ିଶା ମଧ୍ୟ ସେହିପରି ଏକ ଆହ୍ୱାନକୁ ସମ୍ମୁଖୀନ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆହ୍ୱାନକୁ ସ୍ୱୀକାର କରି ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ନାନା ବିଧ କାର୍ଯ୍ୟକ୍ରମ ମାନ ହାତକୁ ନେଇ ତାକୁ ସଫଳ କରାଇଛନ୍ତି । ଅର୍ଥନୈତିକ ଅଭିବୃଦ୍ଧିରେ ଶିଳ୍ପାନୁଷ୍ଠାନର ପ୍ରମୁଖ ଭୂମିକା ରହିଛି । କହିବାକୁ ଗଲେ ବର୍ତମାନ ଓଡ଼ିଶା ପୁଞ୍ଜି ନିବେଶର ହବ୍‌ ପାଲଟିଛି । ଶିଳ୍ପ କ୍ଷେତ୍ରରେ ଏକ ପ୍ରକାର ବିପ୍ଲବ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ୯୯୯ କୋଟି ୯୯ ଲକ୍ଷ ଟଙ୍କା ପୁଞ୍ଜି ନିବେଶରେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।

୧୫୨.୨୭କୋଟି ଟଙ୍କା ନିବେଶରେ ୭ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ସେହିପରି ୮୪୭.୭୨ କୋଟି ଟଙ୍କା ବିନିଯୋଗରେ ୧୦ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପ୍ଲାଷ୍ଟିକ, ଉତ୍ପାଦନ ଭିତିକ ଶିଳ୍ପ ଓ ସାର କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ୨ ହଜାର ୩୮୭ଲୋକଙ୍କ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ ।

ପୁଞ୍ଜି ନିବେଶକାରୀଙ୍କ ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଦେଉଛନ୍ତି । କୋଭିଡ୍‌ ବେଳେ ବି ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିଛି ଓଡ଼ିଶା । ରାଜ୍ୟ ସରକାରଙ୍କ ସ୍ପଷ୍ଟ ଶିଳ୍ପନୀତି ଓ ୫-ଟି ସଂସ୍କାର ଯୋଗୁଁ ରାଜ୍ୟକୁ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜି ନିବେଶର ସୁଅ ଛୁଟିଛି । କୋଭିଡ୍‌ ମହାମାରୀରେ ମଧ୍ୟ ଓଡ଼ିଶାରେ ୧୨ ହଜାର କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ବିନିଯୋଗ ହୋଇଛି ।

Leave A Reply

Your email address will not be published.