ମୁଖ୍ୟ ଶାସନ ସଚିବଙ୍କ ଅନୁଗୁଳ ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

ଅନୁଗୁଳ,(ଏସ୍‌.ନ୍ୟୁଜ): ମୁଖ୍ୟ ଶାସନ ସଚିବ ରବିବାର ଅନୁଗୁଳ ଜିଲ୍ଲା ଗସ୍ତ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅନୁଗୁଳ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହିତ ଖଲାରୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ରୁପାନ୍ତର କାର୍ଯ୍ୟକୁ ସମୀକ୍ଷା କରିଥିଲେ । ହୁଲୁରୁସିଙ୍ଗା ଠାରେ ନିର୍ମାଣ ହେଉଥିବା ବିଶ୍ୱସ୍ତରୀୟ ପାଠାଗାର ନିର୍ମାଣ କାମ ତଦାରଖ କରିଥିଲେ ।

ମୁଖ୍ୟ ଚିକିତ୍ସାଳୟ ପାଖରେ ନିର୍ମାଣ ହେଉଥିବା ଟ୍ରୋମା କେୟାର ସେଂଟରର କାମ ଦେଖିବା ସହ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ । ଏହି ସମୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଉପସ୍ଥିତ ରହି ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.