ଲଘୁଚାପ ନେଇ ସତର୍କ ସୂଚନା ଜାରି କଲେ ଏସଆରସିି

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହି ଲଘୁଚାପ ୩୦ ତାରିଖରେ ଘୂର୍ଣ୍ଣିଭୂତ ହେବା ନେଇ ଲଘୁଚାପ ନେଇ ସତର୍କ ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର । ୩୦ ତାରିଖରେ ସୃଷ୍ଟ ଲଘୁଚାପ ସଂପର୍କରେ ଏସଆରସି ପ୍ରଦୀପ ଜେନା ସତର୍କ ସୂଚନା ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ଲଘୁଚାପ ପ୍ରଭାବରେ ୬ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ଏହି ଛଅଟି ଜିଲ୍ଲା ହେଉଛି ଯଥାକ୍ରମେ ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲା । ଆସନ୍ତା ୨ ଓ ୩ ତାରିଖରେ ଲଘୁଚାପ ପ୍ରଭାବରେ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ ଉପରୋକ୍ତ ସମସ୍ତ ଜିଲ୍ଲା ଗୁଡ଼ିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ଯେଉଁ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଛନ୍ତି, ସେମାନେ ଦୁଇ ତାରିଖ ସୁଦ୍ଧା ଫେରିଆସିବାକୁ କହିଛନ୍ତି ପ୍ରଦୀପ ଜେନା । ସେହିପରି ବର୍ତମାନ ଧାନ ଅମଳ ସମୟ ଚାଲିଥିବାବେଳେ ଲଘୁଚାପକୁ ନେଇ ଚାଷୀଙ୍କ ମନରେ ଶଙ୍କା ସୃଷ୍ଟି ହୋଇଛି । ଫସଲ କ୍ଷତି ହେବା ନେଇ ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି ।

Leave A Reply

Your email address will not be published.