ଭୁବନେଶ୍ୱର ନୟାପଲ୍ଲୀରୁ ସୁପାରୀ କିଲରକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଅପରାଧକୁ ରୋକିବା ଦିଗରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ନାନାବିଧ ପ୍ରୟାସ ଜାରି ରଖିଥିବା ବେଳେ ପୁଣି ଏକ ଅପରାଧିକ କାର୍ଯ୍ୟକଳାପ ସାମନାକୁ ଆସିଛି । ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ଦୁଇଜଣ ସୁପାରୀ କିଲର ପ୍ରସ୍ତୁତ ହେଉଥିବା ବେଳେ ଅଘଟଣ ପୂର୍ବରୁ ପୋଲିସ ସାଦାପୋଷାକରେ ଆସି ସୁପାରୀ କିଲରଙ୍କ ଭିତରୁ ଜଣଙ୍କୁ କାବୁ କରି ନେଇ ଏକ ନିଶ୍ଚିତ ଅଘଟଣକୁ ରୋକି ପାରିଛି ।

ଘଟଣାଟି ଘଟିଛି ନୟାପଲ୍ଲୀ ଅଂଚଳରେ । ନୟାପଲ୍ଲୀ ଅଂଚଳର ଜୈନିକ ଠିକାଦରକୁ ହତ୍ୟା କରିବା ପାଇଁ ଯୋଜନା ହୋଇଥିଲା ବ୍ଲୁପ୍ରିଂଟ । ନୟାପଲ୍ଲୀର ଏକ ମନ୍ଦିରର ସାମ୍ନାରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ଦୁଇ ଅଭିଯୁକ୍ତ ବୁଲା ବୁଲି କରୁଥିବା ବେଳେ ପୋଲିସ୍‌ ସାଦା ପୋଷାକରେ ପହଂଚି ଦୁଇଜଣଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲା । ମାତ୍ର ଜଣେ ଅଭିଯୁକ୍ତ ଧରାପଡି ଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଖସି ପଳାଇଥିବା ଜଣାପଡିଛି । ଧରା ପଡିଥିବା ସୁପାରୀ କିଲର ହେଉଛି ଜଗତସିଂହପୁର ସମ୍ପଦ ସାହୁ । ରାତି ସାଢେ ୯ଟା ବେଳେ ନୟାପଲ୍ଲୀ ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ ବ୍ୟବସାୟୀଙ୍କ ଫେରିବା ସମୟକୁ ଅପେକ୍ଷା କରିଥିଲେ ଦୁଇ ଅଭିଯୁକ୍ତ ।

ଠିକାଦାର ଓ କୋଇଲା ଚାଲଣକୁ ନେଇ ବିବାଦକୁ ନେଇ ବ୍ୟବସାୟୀଙ୍କୁ ମର୍ଡର କରିବାକୁ ସୁପାରୀ ନେଇଥିଲା କିଲର ସମ୍ପଦ । ଏନେଇ ଖବର ପାଇବା ପରେ ସାଧା ପୋଷାକରେ ଦୁଇ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇ ଥିଲା ପୋଲିସ । ବାଇକରେ ବସିଥିବା ଯୁବକ କାବୁ କରିବାକୁ ଗଲା ବେଳେ ଧକ୍କା ମାରି ସେ ପଳାଇଥିଲା । ଆଉ ସୁପାରୀ କିଲର ସମ୍ପଦ ପୋଲିସକୁ ଦେଖାଇଥିଲା ବନ୍ଧୁକ । ସମ୍ପଦ ଠାରୁ ଦୁଇଟି ହାଇ ପ୍ରୋଫାଇଲ ବନ୍ଧୁକ , ୮ ରାଉଣ୍ଡ ଗୁଳି ଓ ଲଙ୍କା ଗୁଣ୍ଡ ସ୍ପ୍ରେ ଜବତ ହୋଇଛି ।

ଫେରାର ହୋଇଥିବା ଅଭିଯୁକ୍ତକୁ ଧରିବାକୁ ପୋଲିସ ଚଡାଉ ଜାରି ରଖିଛି । କିଲର ସମ୍ପଦ ନାମରେ ଜଗତସିଂପୁର, କେନ୍ଦ୍ରାପଡା, କଟକର ମାଲଗୋଦାମ, ବାରଙ୍ଗ, ବିଡାନାସୀ, ତିର୍ତୋଲ, ପାଟକୁରା ଥାନାରେ ସମ୍ପଦ ଥାନାରେ ରହିଛି ଅପରାଧିକ ମମାଲା । ୨୦୧୬ ମସିହାରେ ବାରଙ୍ଗ ମଦ ଦୋକନୀକୁ ହତ୍ୟା ଘଟଣାରେ ଅଭିଯୁକ୍ତ ସମ୍ପଦ ସାମିଲ ଥିଲା । ସମ୍ପଦ ଠାରୁ ଅଧିତ ତଥ୍ୟ ସଂଗ୍ରହ ପାଇଁ ତାକୁ ରିମାଣ୍ଡରେ ଆଣିବ ପୋଲିସ ।

Leave A Reply

Your email address will not be published.