ପୁଣି ଏକ ଲଘୁଚାପ ଆସୁଛି, ୨୯ରେ ଘନୀଭୂତ ହେବା ସମ୍ଭାବନା

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ପୁଣି ଏକ ଲଘୁଚାପ ଦାନା ବାନ୍ଧୁଛି । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏହାକୁ ନେଇ ପ୍ରବଳ ବର୍ଷାର ସମ୍ଭାବନା ଦେଖାଯାଇଛି । ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସମ୍ଭାବନା । ଏହାର ଠିକ ୪୮ ଘଂଟା ମଧ୍ୟରେ ଏହା ନେବ ଲୋ ପ୍ରେସରର ରୂପ । ଘନିଭୂତ ହୋଇ ପଶ୍ଚିମ-ଉତର ପଶ୍ଚିମ ଦିଗକୁ ଗତି କରିବ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ହେବ । ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା । ଏନେଇ ସୂଚନା ଦେଲା ଆଂଚଳିକ ପାଣିପାଗ କେନ୍ଦ୍ର ।

ଚଳିତ ମାସ ପ୍ରଥମ ସପ୍ତାହରେ ଲଘୁଚାପର ପ୍ରଭାବ ଓଡ଼ିଶାରେ ରହିଥିବାବେଳେ ଏବେ ପୁଣି ସମୁଦ୍ରର ଦାନା ବାନ୍ଧିଛି ଆଉ ଏକ ଲଘୁଚାପ । ଏହି ଲଘୁଚାପ ପ୍ରଭାବରେ ଆସନ୍ତା ଦୁଇ ଦିନ ପ୍ରର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ପାହାଡିଆ ଅଂଚଳରେ ଶୀତ ବଢିବା ନେଇ ମଧ୍ୟ ସୂଚନା ପ୍ରଦାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.