ଖୋର୍ଦ୍ଧା,(ଏସ୍.ନ୍ୟୁଜ): ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଛି । ୧୬ ନଂ ଜାତୀୟ ରାଜପଥର ବେଲପଡ଼ା ବାଇପାସ ନିକଟରେ ଯାତ୍ରୀବାହୀ ବସ ମା ଭୈରବୀ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଏବଂ ଏହି ଦୁର୍ଘଟଣାରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଘଟଗାଁ ତାରିଣୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଅଜଣା ଗାଡ଼ି ସହ ବସ ମୁହାଁମୁହିଁ ହୋଇଥିଲା । ଦୁର୍ଘଟଣା ପରେ ବସଟି ବ୍ରିଜ ତଳକୁ ଖସି ପଡ଼ିଥିଲା । ଫଳରେ ବସ ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ପରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଅସିତ ବେହେରା, ଗଙ୍ଗାଧର ମହାରଣା ଏବଂ ଇ. ଲୋଇଆ ଦାସ । ଏମାନେ ସମସ୍ତେ ଛାତ୍ର । ଅନ୍ୟ ୭ଜଣ ଗୁରୁତରଙ୍କୁ ବାଲୁଗାଁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସମସ୍ତ ଯାତ୍ରୀ ଗଂଜାମ ଗୋପାଳପୁର ଅଂଚଳର ବୋଲି ସୂଚନା ମିଳିଛି ।