ଭାରତର କମାଲ : ପୁରୁଷ ଜୁନିଅର ହକି ବିଶ୍ୱକପ୍‌ରେ ପୋଲାଣ୍ଡକୁ ହରାଇ କ୍ୱାର୍ଟର ଫାଇନାଲରେ ଟିମ୍‌ ଇଣ୍ଡିଆ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଓଡ଼ିଶା ହକି ଟିମ ଇଣ୍ଡିଆର ପ୍ରୟୋଜକ ହୋଇଛି । ଭୁବନେଶ୍ୱରରେ ମଧ୍ୟ ଏହିବର୍ଷ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ଜୁନିଅର ହକି ବିଶ୍ୱକପ ଆୟୋଜନ ମଧ୍ୟ କରୁଛି । ଏହି ପରିପ୍ରେକ୍ଷୀରେ ଆଜିି ଟିମ ଇଣ୍ଡିଆ କମାଲ ଦେଖାଇଛି । ପୋଲାଣ୍ଡକୁ ୮-୨ ଗୋଲରେ ହରାଇ ଭାରତୀୟ ହକି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ପୁଲ-ବିରେ ଖେଳା ଯାଇଥିବା ମ୍ୟାଚରେ ପୋଲାଣ୍ଡକୁ ୮-୨ରେ ହରାଇ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି ଭାରତୀୟ ଦଳ । ଆସନ୍ତା ୧ ତାରିଖ ଦିନ ଭାରତ ଶକ୍ତିଶାଳୀ ବେଲଜିୟମ ବିପକ୍ଷରେ ଖେଳିବ ।

ଆଜି ମ୍ୟାଚର ହିରୋ ଥିଲେ ଓଡ଼ିଆ ପୁଅ ସୁଦୀପ ଚିର୍ମାକୋ । ସେ ଭାରତ ପାଇଁ ଦୁଇଟି ଗୋଲ କରିଛନ୍ତି । ସୁଦୀପ ଚିର୍ମାକୋ ମ୍ୟାନ ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

Leave A Reply

Your email address will not be published.