ପୋଲିସ-ନକ୍ସଲ ଗୁଳି ବିନିମୟ, ଜଣେ ମାଓ କ୍ୟାଡର ମୃତ

ବଲାଙ୍ଗିର,(ଏସ୍‌.ନ୍ୟୁଜ): ନକ୍ସଲ ଦମନ ପାଇଁ ଡିଜି ଅଭୟଙ୍କ କଡା ଆଭିମୁଖ୍ୟ ପରେ ଖପ୍ରାଖୋଲ ଜଙ୍ଗଲରେ ପୋଲିସ-ନକ୍ସଲ ଗୁଳି ବିନିମୟ ହୋଇଛି । ଗନ୍ଧମାର୍ଦ୍ଦନ ପାହାଡ଼ ନିକଟସ୍ଥ ଜୁନାନୀବାହାଲ ଗାଁ ନିକଟ ଜଙ୍ଗଲରେ କମ୍ବିଂ ଅପରେସନ ସମୟରେ ପୋଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ଜଣେ କ୍ୟାଡର ନକ୍ସଲର ମୃତ୍ୟୁ ହୋଇଛି । ମୃତ ନକ୍ସଲ ନିକଟରୁ ଏକ ବନ୍ଧୁକ ଜବତ ହୋଇଛି ।

ପୋଲିସର କାର୍ଯ୍ୟାନୁଷ୍ଠନରେ ଛତ୍ରଭଙ୍ଗ ଦେଇଛନ୍ତି ନକ୍ସଲ । ବିପୁଳ ପରିମାଣରେ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି । ନକ୍ସଲମାନେ ଜଙ୍ଗଲରେ ରହିବା ସହିତ ସ୍ଥାନୀୟ ଯୁବକଙ୍କୁ ସାମିଲ କରିବାକୁ ପ୍ରବର୍ତାଉଥିବା ପୋଲିସ ସୂଚନା ପାଇଛି । ଏବେ ବି ଜଙ୍ଗରେ କମ୍ବିଂ ଅପରେସନ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.