ଟପ୍‌ ୪ ଲାଂଚୁଆ କୋଟିପତି ଅଫିସରଙ୍କ ତାଲିକା ପ୍ରକାଶ କଲା ଭିଜିଲାନ୍ସ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଚଳିତ ବର୍ଷର ଲାଂଚୁଆ କୋଟିପତ ସରକାରୀ ଚାକିରିଆଙ୍କ ତାଲିକା ପ୍ରଦାନ କରିଛି ରାଜ୍ୟ ଭିିଜିଲାନ୍ସ । ଭିଜିଲାନ୍ସ ଇତିହାସରେ ଟଙ୍କା ଜବତ ମାମଲାରେ ସବୁଠୁ ଆଗରେ ରହିଛି ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ନାଁ । ରେଡ୍‌ରେ ତାଙ୍କ ପାଖରୁ ମିଳିଛି ୪୧ ଲକ୍ଷ ୭୭ ହଜାର ଟଙ୍କା । ଦ୍ୱିତୀୟରେ ଅଛନ୍ତି ଚାକିରିରୁ ବିଦା ହୋଇଥିବା ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ରେଡ୍‌ ବେଳେ ପ୍ରତାପଙ୍କ ଘରୁ ମିଳିଥିଲା ନଗଦ ୩୮ ଲକ୍ଷ ଟଙ୍କା । ତୃତୀୟରେ ଅଛନ୍ତି ପ୍ରଦୂଷଣ ବିଭାଗରୁ ତଡା ଖାଇଥିବା ନରୋତମ ବେହେରା । ରେଡରେ ମିଳିଥିଲା ନଗଦ ୧୬ ଲକ୍ଷ ୫୦ ହଜାର ଟଙ୍କା । ସେହିପରି ଟପ-୪ରେ ଅଛନ୍ତି ଭବାନୀପାଟଣର ସ୍ପେଶାଲ ପିପି ଆଶୁତୋଷ ମିଶ୍ର । ତାଙ୍କ ଘରୁ ମିଳିଥିଲା ୧୫ ଲକ୍ଷ ୬୦ ହଜାର ଟଙ୍କା ।

ପଂଚମରେ ବାଲିଗୁଡା ଆଇଟିଡିଏର କିରାଣୀ ବସନ୍ତ କୁମାର ପାଣିଗ୍ରାହୀ ରେଡ୍‌ରେ ତାଙ୍କ ଘରୁ ମିଳିଥିଲା ୧୩ ଲକ୍ଷ ୨୫ ହଜାର ଟଙ୍କା । ତାଲିକାର-୬ ନମ୍ବରରେ ଭୁବନେଶ୍ୱରର ଓଏସଏସସିର ପିଏସ- ଟୁ ମେମ୍ବର ବିରଂଚିି ନାରାୟଣ ସାହୁ । ତାଙ୍କ ଘରୁ ମିଳିଥିଲା ୧୨ ଲକ୍ଷ ୪୬ ହଜାର ଟଙ୍କା । ତାଲିକାର ଶେଷରେ ଅଛନ୍ତି କେନ୍ଦୁଝର ବୈତରଣୀ ଜଳସେଚନ ବିଭାଗରୁ ତଡା ଖାଇଥିବା ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ । ଲାଂଚ ନେବା ମାମଲାରେ ଚଢାଉ କରୁଥିବା ବେଳେ ତାଙ୍କ ଘରୁ ମିଳିଥିଲା ୧୦ ଲକ୍ଷ ୭ ହଜାର ଟଙ୍କା ।
ଆଉ ଏବେ ଅନେକ ଅଫିସର ଭିଜଲାନ୍ସ ସ୍କାନରରେ । ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତିରେ ଏବେ ସୁଦ୍ଧା ୧୩୨ ଜଣଙ୍କୁ ଚାକିରିରରୁ ବିଦା କରାଯାଇଛି ।

Leave A Reply

Your email address will not be published.