ଆଇଟିଡିଏ ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୪୧ ଲକ୍ଷ ଟଙ୍କା: ଅମାପ ଧନସମ୍ପତିର ମାଲିକ ସନ୍ତୋଷ ଦାସ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଆୟ ବହିର୍ଭୁତ ସମ୍ପତି ଠୁଳ କରିବା ଅପରାଧ ଜାଣି ସୁଦ୍ଧା ଅନେକ ଏହି ଭୁଲ କରି ଚାଲିଛନ୍ତି । ସରକାରଙ୍କ ଅସାଧୁ ଉପାୟରେ ଟଙ୍କା ଠୁଳ ଏବଂ ଅପରାଗ ସରକାରୀ ଚାକିରିଆଙ୍କୁ ଖୋଜି ଖୋଜି ବାହାର କରୁଛି । ଏହିପରି ଆଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ହୋଇଥିଲା ଭିଜିଲାନ୍ସ ରେଡ । ଦୁଇଦିନର ମାରାଥନ ରେଡରେ ତାଙ୍କ ପାଖରୁ ମିଳିଥିଲା ଅମାପ ସମ୍ପତିର ତାଳିକା । ଏତେ ଗୁଡିଏ ନଗଦ ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀ ମାନେ ତାଜୁବ ହୋଇଯାଇଛନ୍ତି । ସନ୍ତୋଷ ଦାସଙ୍କ ଅଛି ପୁଳା ପୁଳା ଟଙ୍କା, ସୁନା, ଫ୍ଲାଟ ଆଉ ପ୍ଲଟ୍‌ । ଅସାଧୁ ଉପାୟରେ ଠୁଳ କରିଥିଲେ ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ । ଚଢାଉ ବେଳେ ସନ୍ତୋଷଙ୍କ ଘରୁ ମିଳିଛି ନଗଦ ୪୧ ଲକ୍ଷ ଟଙ୍କା । ସାରା ରାତି ଟଙ୍କା ଗଣି ଗଣି ହାଲିଆ ହୋଇ ପଡିଥିଲେ ଭିଜିଲାନ୍ସ ଦଳ । ଆଦିବାସୀ ଅଂଚଳର ବିକାଶ ପାଇଁ ଆସୁଥିଲା ଏହିସବୁ ଅର୍ଥ । ୩୫ ବର୍ଷ ଚାକିରୀ କାର୍ଯ୍ୟକାଳରେ ସହକାରୀ ଯନ୍ତ୍ରୀ ନିଜ ପକେଟ ଗରମ କରି ଚାଲିଥିଲେ । ଦୁଇ ଦିନ ମାରାଥନ ରେଡ୍‌ ପରେ ଠାବ ହୋଇଛି ଅଚଳାଚଳ ସମ୍ପତି ।

ସନ୍ତୋଷଙ୍କ ବାଲେଶ୍ୱର ଘରୁ ମିନିଛି ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା ଓ ୬୫୯ ଗ୍ରାମ ସୁନା । ଏହାଛଡ଼ା ବାରିପଦା, ବାଲେଶ୍ୱର ଓ ଭୁବନେଶ୍ୱରରେ ପୁଞ୍ଜା ପୁଞ୍ଜା କୋଠାବାଡି ସାଙ୍ଗକୁ ପ୍ଳଟ, ଜମି, ଫିକ୍ସ ଡିପୋଜିଟ । ଦ୍ୱିତୀୟ ଦିନରେ ଭୁବନେଶ୍ୱର ବଡଗଡର ଘରେ ରେଡ ବେଳେ ୨ହଜାର ଟଙ୍କିଆ ରୂପା ନୋଟ, ଚାମଚ ଓ ସୁନା ମୁଦି ଜବତ କରିଛି । ବଡଗଡ ଘରେ ଥିଲା ସନ୍ତୋଷଙ୍କ ସିକ୍‌ରେଟ ଚାମ୍ବର । ସେଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଜବତ ଟଙ୍କାର ଉତ୍ସ ନେଇ ସନ୍ତୋଷଙ୍କୁ ଅଟକ ରଖି ଜେରା କରୁଛି ଭିଜିଲାନ୍ସ ସେଲ ।

Leave A Reply

Your email address will not be published.