ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡିକୁ ଅଣ୍ଡାମାଡ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଏଇ କିଛି ଦିନ ହେଲା ଓଡ଼ିଶା ରାଜନୀତିରେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି । ତାହା ହେଲା ବିପକ୍ଷଦଳର ନେତା ବା ନେତ୍ରୀମାନଙ୍କ ଗାଡି ଉପରକୁ ଅଣ୍ଡା ମାଡ କରିବା । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି । ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡାମାଡ଼ ହୋଇଥିବା ବେଳେ କଳାପତାକା ପ୍ରଦର୍ଶନ ମଧ୍ୟ କରାଯାଇଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି ।

ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଂସଦ ଯାଉଥିବା ବେଳେ ବାଲିପାଟଣା ସରିପୁର ଛକରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କିଛି ଛାତ୍ର କଂଗ୍ରେସ କର୍ମୀ ହଠାତ ଅଣ୍ଡାମାଡ଼ କରିଥିଲେ । ଏହାସହ କଳାପତାକା ପ୍ରଦର୍ଶନ କରି ବିଜେପି ବିରୋଧୀ ସ୍ଲୋଗାନମାନ ଦେଇଥିଲେ ।

Leave A Reply

Your email address will not be published.