ଅନଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ ଚାର୍ଜରେ ବସିଥିବା ଏକ ମୋବାଇଲ ଫାଟି ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଅନଲାଇନ୍‌ କ୍ଲାସ୍‌ ଚାଲିଥିବା ବେଳେ ଚାର୍ଜରେ ବସିଥିବା ଏକ ମୋବାଇଲ ଫୋନ ଅଚାନକ ଫାଟି ଯିବାରୁ ଜଣେ ଛାତ୍ରଙ୍କର ଅକାଳ ମୃତ୍ୟୁ ହୋଇ ଯାଇଛି । । ଏଭଳି ଏକ ଦୁଃଖଦ ଘଟଣା ଭିଏତନାମରେ ଘଟିଛି । ‘ ଦ ସନ୍‌ ୟୁକେ’ର ରିପୋର୍ଟ ମୁତାବକ କରୋନା ଯୋଗୁଁ ସ୍କୁଲ ଗୁଡିକବନ୍ଦ ରହିଥିବାରୁ ଏବେ ଅନଲାଇନ୍‌ କ୍ଲାସ୍‌ ଚାଲିଛି । ୧୧ ବର୍ଷର ଛାତ୍ର ଏହି କ୍ଲାସ କରୁଥିଲେ । ମଙ୍ଗଳବାର ମୋବାଇଲରୁ ଚାର୍ଜ ସରିଯିବାରୁ ମୋବାଇଲକୁ ଚାର୍ଜରେ ବସାଇ କାନରେ ଇଅର ଫୋନ ଦେଇ କ୍ଲାସ୍‌ ଆଟେଣ୍ଡ କରୁଥିଲେ । ଏହି ସମୟରେ ମୋବାଇଲ ଫାଟି ତାଙ୍କ ପୋଷାକରେ ନିଆଁ ଲାଗିଯିବାରୁ ଗୁରୁତର ଭାବେ ପୋଡି ହୋଇଯାଇଥିଲେ । ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି ପୁଲିସ ।

Leave A Reply

Your email address will not be published.