ହାଇକୋର୍ଟରେ ପହଞ୍ଚିଲା ଶିକ୍ଷୟତ୍ରୀ ମମିତା ମେହେର୍ ହତ୍ୟା ମାମଲା : ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର:(ଏସ. ନ୍ୟୁଜ୍‌): ହାଇକୋର୍ଟରେ ପହଞ୍ଚିଲା ଶିକ୍ଷୟତ୍ରୀ ମମିତା ମେହେର୍ ହତ୍ୟା ମାମଲା । ଏହି ମାମଲାର ସିବିଆଇ ତଦନ୍ତ ଦାବି ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର୍ ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର୍ ହୋଇଛି ଏହି ମାମଲା । ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଓ ସିବିଆଇ ତଦନ୍ତ ଦାବି କରାଯାଇଛି । ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପକ୍ଷଭୁକ୍ତ ହୋଇଛି । ଅନ୍ୟପଟେ ମହାଲିଙ୍ଗରେ ଅର୍ଥାତ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଓ ଏସପି । ଯେଉଁଠାରୁ ଶବ ମିଳିଥିଲା ସେ ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସବି ପହଞ୍ଚିଛନ୍ତି । ସେଠାରେ ହତ୍ୟା ମାମଲାର ବିଭିନ୍ନ ଦିଗକୁ ନେଇ ଯାଞ୍ଚ ଆରମ୍ଭ କରିଛନ୍ତି ଉଭୟ ଡିଆଇଜି ଓ ଏସପି ।

Leave A Reply

Your email address will not be published.