ମମିତା ମର୍ଡର କେସ୍: ମହାଲିଙ୍ଗରେ ପହଞ୍ଚିଲେ ଡିଆଇଜି ଓ ଏସପି

ଭୁବନେଶ୍ୱର:(ଏସ. ନ୍ୟୁଜ୍‌): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ମାମଲାରେ ପର୍ଦ୍ଦାଫାସ ହୋଇସାରିଛି । ଘଟଣାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁ ବି ନିଜର ଦୋଷ ସ୍ୱୀକାର କରିଛି । କୋର୍ଟଚାଲାଣ ପରେ ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ଆଣିଛି ପୋଲିସ ।

ଅନ୍ୟପଟେ ଆଜି ଘଟଣାସ୍ଥଳ ମହାଲିଙ୍ଗରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ଡିଆଇଜି । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସପି ପହଞ୍ଚିଛନ୍ତି । ସେମାନେ ମମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନ ପରିଦର୍ଶନ କରିବେ । ଘଟଣାରେ ଆଛି କିଛି ତଥ୍ୟ ସାମ୍ନାକୁ ଆସିବାର ଆଶଙ୍କା ରହିଛି ।

Leave A Reply

Your email address will not be published.