ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ; ଜମ୍ମୁ ଓ ଗୌହାଟୀକୁ ଡାଇରେକ୍ଟ ବିମାନ ଦାବି

ଭୁବନେଶ୍ୱର:(ଏସ. ନ୍ୟୁଜ୍‌):  ସୋମବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ ଭୁବନେଶ୍ୱରରୁ ଜୟପୁର ଓ ଗୋଆକୁ ମଧ୍ୟରେ ଇଣ୍ଡିଗୋ ବିମାନ ଚଳାଚଳ ପାଇଁ ସେ ସିନ୍ଧିଆଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ନଭେମ୍ବର ୨ରୁ ଗୋଆ ଏବଂ ଡିସେମ୍ବର ୨୦୨୧ ସୁଦ୍ଧା ଜୟପୁରକୁ ବିମାନ ଚଳାଚଳ ଆରମ୍ଭ କରାଯିବ । ଏହା ସହିତ ରାଜ୍ୟରେ ବିମାନ ଚଳାଚଳକୁ ଅଧିକ ସଶକ୍ତ କରିବା ପାଇଁ ସିନ୍ଧିଆଙ୍କ ସହଯୋଗ କାମନା କରିଥିଲେ ।
ପୂର୍ବ ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସହର ହେଉଛି ଭୁବନେଶ୍ୱର । ତେଣୁ ଭୁବନେଶ୍ୱରୁ ଅନ୍ୟ ସହର ସହିତ ଯୋଡିହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ସମ୍ପର୍କିତ ଏକ ଅନୁରୋଧର ଚିଠି ସିନ୍ଧିଆଙ୍କୁ ପ୍ରଦାନ କରିଛନ୍ତି ସାଂସଦ ଅପରାଜିତ । ଜମ୍ମୁ ଏବଂ ଗୌହାଟୀକୁ ଡାଇରେକ୍ଟ ବିମାନ ଚଳାଚଳ ପାଇଁ ସିନ୍ଧିଆଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଅପରାଜିତା ।

Leave A Reply

Your email address will not be published.