ପିପିଲି ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ

ଭୁବନେଶ୍ୱର:(ଏସ. ନ୍ୟୁଜ୍‌):ପିପିଲି ଉପ-ନିର୍ବାଚନରେ ବିପୁଳ ମାତ୍ରାରେ ବିଜୟୀ ହେବା ପରେ ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି ରୁଦ୍ର ମହାରଥୀ । ବିଧାନସଭାରେ ରୁଦ୍ରଙ୍କୁ ଶପଥପାଠ କରାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ପିପିଲି ଉପନିର୍ବାଚନରେ ବିଜୟୀ ହେବା ପରେ ଆଦି ବିଧିବଦ୍ଧ ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ବାପା ପ୍ରଦୀପ ମମହାରଥୀଙ୍କ ଆସନରୁ ବିଜୟୀ ହୋଇ ବିଧାନସଭାକୁ ଆସିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ଓଡ଼ିଶା ବିଧାନସଭାର କେବଳ ଗୋଟିଏ ଆସନ ହିଁ ଖାଲିପଡିଥିଲା । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ଆସନ ପାଇଁ ହୋଇଥିଲା ଉପନିର୍ବାଚନ, ଯେଉଁଥିରେ ବାପାଙ୍କ ଶୂନ୍ୟସ୍ଥାନ ପୂରଣ କରିଛନ୍ତି ପୁଅ ରୁଦ୍ର ମହାରଥୀ । ବିଜେପି ପ୍ରାର୍ଥୀଙ୍କୁ ପ୍ରାୟ ୨୦ ହଜାର ଭୋଟରେ ହରାଇ ରୁଦ୍ର ପିପିଲିରେ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.