ଟଙ୍କା ଉଡ଼ାଇ ନିର୍ବାଚନ ଜିତିଛି ବିଜେଡି: ସୁର ରାଉତରାୟ

ଭୁବନେଶ୍ୱର:(ଏସ. ନ୍ୟୁଜ୍‌): ପିପିଲି ଉପନିର୍ବାଚନରେ ବାଜିମାତ୍‌ କରିଛି ଶାସକ ବିଜେଡି । ଏହାପରେ ପରାଜୟ ସ୍ୱୀକାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । 

ପିପିଲି ଉପନିର୍ବାଚନରେ ବାଜିମାତ୍‌ କରିଛି ଶାସକ ବିଜେଡି । ବିଜେଡିର ପାରମ୍ପରିକ ଆସନ ପିପିଲିକୁ ଅକ୍ତିଆର କରିବାରେ ସକ୍ଷମ ହୋଇଛି ଶାସକ ବିଜେଡି। ଗତ ନିର୍ବାଚନ ଅପେକ୍ଷା ଚଳିତ ଉପନିର୍ବାଚନରେ ଅଧିକ ଭୋଟ ବ୍ୟବଧାନରେ ଯୁବ ନେତା ରୁଦ୍ର ମହାରଥୀ ଲୋକଙ୍କ ଭରଷା ଜିତିଛନ୍ତି । ଏହାପରେ ପରାଜୟ ସ୍ୱୀକାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ୨୦ ହଜାର ୯୧୬ ଭୋଟରେ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ହରେଇଛନ୍ତି ରୁଦ୍ର ମହାରଥୀ । ବିରୋଧୀ ବିଜେପି ୪୧.୦୯ ପ୍ରତିଶତ ଭୋଟ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ କଂଗ୍ରେସକୁ କେବଳ ୨.୦୪ ପ୍ରତିଶତ ଭୋଟ ମିଳିଛି । କେଉଁ କାରଣରୁ ପିପିଲିରେ କଂଗ୍ରେସକୁ ଏଭଳି ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଲା ତାହାକୁ ନେଇ ପ୍ରଶ୍ନ ଉଠିଛି।ଏଭଳି ନୈରାଶ୍ୟଜନକ ପରାଜୟ ନେଇ କଂଗ୍ରେସ ଦଳ ଭିତରେ ଆଲୋଚନା ହେବ । କଣ ପାଇଁ ଏମିତି ହେଲା ତାହାର ଆତ୍ମ ସମୀକ୍ଷା କରାଯିବ । ଶାସକ ଓ ବିଜେପି ଦଳ ଯେଉଁଭଳି ପୁଳା ପୁଳା ଟଙ୍କା ବାଣ୍ଟି ଭୋଟ ହାତେଇଛନ୍ତି । ତାହା ଗଣତନ୍ତ୍ର ପ୍ରତି ଘୋର ବିପଦ ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଜନସାଧାରଣ ସଚେତନ ନହେଲେ ଭଲ । ସଚ୍ଚୋଟ ଓ ସ୍ୱାଭିମାନି ଲୋକ ବିଧାନସଭାକୁ ପ୍ରତିନିଧିତ୍ୱ କରିପାରିବେ ନାହିଁ

Leave A Reply

Your email address will not be published.