ସହରାଞ୍ଚଳରେ ହେବ ଦକ୍ଷତା ବିକାଶ, ବେକାର ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଲାଇଟ୍‌ ହାଉସ୍‌ କମ୍ୟୁନିଟିଜ୍‌ ଫାଉଣ୍ଡେସନ୍‌ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର

ଭୁବନେଶ୍ୱର:(ଏସ. ନ୍ୟୁଜ୍‌): ରାଜ୍ୟର ସହରାଞ୍ଚଚଳ ମାନଙ୍କରେ ଯୁବଗୋଷ୍ଠୀମାନଙ୍କ ପାଇଁ ଜୀବିକା ନିର୍ବାହ ସୁଯୋଗ ଯୋଗାଇ ଦେବା ନିମନ୍ତେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଲାଇଟ୍‌ ହାଉସ୍‌ କମ୍ୟୁନିଟିଜ୍‌ ଫାଉଣ୍ଡେସନ୍‌ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କର ମାନବ ସମ୍ବଳ ବିକାଶର ଏକ ସ୍ୱତନ୍ତ୍ର ମଡ଼େଲ ରହିଛି, ଯାହା ସମାନତା ଏବଂ ଅର୍ନ୍ତଭୁକ୍ତ ଆଧାରରେ କାର୍ଯ୍ୟକାରୀ କରାଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ସମସ୍ତ ୧୧୪ଟି ସହରରେ ଜାଗା ମିଶନ ଡ୍ରିଙ୍କ ଫ୍ରମ୍‌ ଟାପ୍‌ ମିଶନ ଆହାର ଭଳି ଅନେକ ଫ୍ଲାଗସିପ୍ ମିଶନ ମାଧ୍ୟମରେ ସହରାଞ୍ଚଚଳ ବିକାଶ ଦିଗରେ ସ୍ୱତନ୍ତ୍ର ମଡ଼େଲ କାର୍ଯ୍ୟକାରୀ କରାଯାଉଛି। ସହରାଞ୍ଚଚଳରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ସେମାନଙ୍କ ସାମର୍ଥ୍ୟ ଏବଂ ଆକାଂକ୍ଷାକୁ ପ୍ରଷ୍ଫୁଟିତ କରିବାପାଇଁ ଉଦ୍ୟମ କରାଯାଉଛି।

ସହରାଞ୍ଚଚଳରେ ଯୁବକମାନଙ୍କ ପାଇଁ ଦୀର୍ଘସ୍ଥାୟୀ ନିରନ୍ତର ଜୀବିକା ନିର୍ବାହ ନିମନ୍ତେ ଲାଇଟ୍‌ ହାଉସ୍‌ କମ୍ୟୁନିଟିଜ୍‌ ଫାଉଣ୍ଡେସନ୍‌ ସହଭାଗିତାରେ ଏହି ଗୁରୁତ୍ୱପୂର୍ଣ୍ଣ ଯାତ୍ରାର ନୂତନ ଅଧ୍ୟ୍ୟାୟ ଆରମ୍ଭ କରାଯାଉଛି। ଏହି ଚୁକ୍ତିନାମା ମାଧ୍ୟମରେ ସହରାଞ୍ଚଚଳର ଯୁବକମାନଙ୍କର ଦକ୍ଷତାର ବିକାଶ, ବୈଷୟିକ ଜ୍ଞାନ କୈାଶଳ ଏବଂ ବଜାର ସୁବିଧା ଯୋଗାଇ ଦିଆଯିବ। ଜାଗା ମିଶନର ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସହରାଞ୍ଚଚଳ ମାନଙ୍କରେ ଅର୍ନ୍ତଭୁକ୍ତ ତଥା ସମାନ ମାନବ ସମ୍ବଳ ବିକାଶର ପରିବର୍ତ୍ତନଶୀଳ ଯାତ୍ରାରେ ଅଧିକ ସୁଦୃଢ କରିବ।

Leave A Reply

Your email address will not be published.