MPAGM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):  ଗାଇଡେଡ ଆଣ୍ଟିଟ୍ୟାଙ୍କ ମିଜାଇଲ ମେନ୍ ପୋର୍ଟାବେଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିଜାଇଲ୍ ଟେଷ୍ଟ ସଫଳ ହୋଇଛି । ସ୍ବଦେଶୀ କାରିଗରିରେ ନିର୍ମିତ MPAGM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି ବୋଲି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ପକ୍ଷରୁ କୁହାଯାଇଛି । ଏହି କ୍ଷେପଣାସ୍ତ୍ର ଜରିଆରେ ଭାରତୀୟ ପ୍ରତିରକ୍ଷା ଅଧିକ ଶକ୍ତିଶାଳୀ ହେବ ।

କମ୍ ଓଜନ ବିଶିଷ୍ଟ ଏହି ଫାୟାର ଆଣ୍ଡ ଫରଗେଟ ଟେକ୍ନୋଲୋଜି ଆଧାରିତ ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷା କରାଯିବା ପରେ ଡିଆରଡିଓ ଆଉ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି । ଏହାର ବିଶେଷତ୍ବ ଏହା ଯେ ଏହାକୁ ମଣିଷ ନେବା ଆଣିବା କରିପାରୁଥିବା ଲଞ୍ଚରରୁ ଉତକ୍ଷେପଣ କରାଯାଇଥିଲା । ବୈଜ୍ଞାନିକମାନେ ଯାହା ଯାହା ଆଶା କରିଥଇଲେ ତାହା ସଫଳ ହୋଇଥିଲା ।

ଏହାକୁ ସର୍ବାଧିକ ସ୍ଥିରୀକୃତ ଦୂର ଯାଏଁ ଉତକ୍ଷେପଣ କରାଯାଇଥିଲା । ଆଡଭାନ୍ସ ଆଭିଓନିକ୍ସ ଅନୁସାରେ ଏହି କ୍ଷେପଣାସ୍ତ୍ର ନିର୍ମିତ ହୋଇଛି ବୋଲି ଡିଆରଡିଓ କହିଛି । ଏପଟେ ନ୍ୟୁ ଜେନେରେସନ ଆକାଶ ମିଶାଇଲର ମଧ୍ୟ ପରୀକ୍ଷଣ ସଫଳ ହୋଇଛି । ଡିଆରଡିଓ ପକ୍ଷରୁ ଇଣ୍ଟିଗ୍ରେଟଡ ଟେଷ୍ଟ ରେଞ୍ଜର ଏହି ପରୀକ୍ଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।

Leave A Reply

Your email address will not be published.