ଓପେରା ଇଣ୍ଡିଆଜ ସୁପର ମଡେଲ ପ୍ରତିଯୋଗିତାରେ ପିପିଲି ଝିଅ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ସର୍ବଭାରତୀୟ ମଡେଲ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ପିପିଲିର ପୂଜାରାଣୀ ନାୟକ  । ସେ ଜଣେ ଡାକ୍ତରୀ ଛାତ୍ରୀ  । ଡାକ୍ତର ହୋଇ ଲୋକଙ୍କ ସେବା କରିବା ତାଙ୍କର ମୁଖ୍ୟ ଉଦେଶ୍ୟ ଥିଲା ବେଳେ ମଡେଲ ହେବା ତାଙ୍କର ଏକ ପ୍ୟାସନ  । ପିପିଲି ଭଳି ଏକ ଛୋଟ ସହରରୁ ଓଡିଶା ପାଇଁ ପ୍ରତିନିଧିତ୍ବ କରି ସର୍ବ ଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଓଡିଶାର ମର୍ଯ୍ୟାଦା ବଢ଼ାଇଥିବା ବେଳେ ପିପିଲି ପାଇଁ ଗୌରବ ଆଣିଛନ୍ତି ସେ  ।

କୋଭିଡ ପାଇଁ ଏହି ପ୍ରତିଯୋଗିତା ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେଉଥିବା ବେଳେ 39 ଜଣ ଫାଇନାଲିଷ୍ଟ ଙ୍କ ମଧ୍ୟରୁ 5 ଜଣ ଫାଇନାଲକୁ ଉତୀର୍ଣ୍ଣ ହୋଇ ପୂଜା ଦ୍ଵିତୀୟ ସ୍ଥାନ ଅଧିକାର କରି ଓପେରା ଇଣ୍ଡିଆଜ ସୁପର ମଡେଲ 2021ରେ ସ୍ଥାନ ପାଇଛନ୍ତି  । ତେବେ ପିପିଲି ଭଳି ଛୋଟିଆ ସହରରୁ ପ୍ରତିଯୋଗିତାରେ ଭାଗ ନେଇ ବଡ ସଫଳତା ପାଇଥିବା ପୂଜାରାଣୀ ସଭିଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି  ।

Leave A Reply

Your email address will not be published.