ସ୍କୁଟିକୁ ଧକ୍କା ଦେଲା ବସ

ସ୍କୁଟି ଚାଳକ ମୃତ, ଉତେଜନା

କେନ୍ଦ୍ରାପଡା, (ଏସଏ ନ୍ୟୁଜ): କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଜାତୀୟ ରାଜପଥ ହଳଦିଆଗଡ଼ା ନିକଟରେ ସ୍କୁଟିକୁ ଧକ୍କା ଦେଲା ବସ୍‌ । ଦୁର୍ଘଟଣାରେ ସ୍କୁଟି ଚାଳକ ମୃତ । ଉତେଜିତ ଲୋକେ ଜାଳିଦେଲେ ବସ୍‌ । ସୂଚନା ଅନୁସାରେ ବସ୍‌ଟି ସ୍କୁଟିକୁ ଧକ୍କା ଦେବା ପରେ ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିଲା । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ସ୍କୁଟି ଚାଳକଙ୍କ ମୃତ୍ୟୁକୁ ନେଇ ଉତେଜିତ ଲୋକମାନେ ବସ୍‌ରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଥିଲେ । ମୃତକ ଜଣକ ମାର୍ଶାଘାଇ ଥାନା ହଳଦିଆଗଡ଼ା ଗାଁର ବିକାଶ ନାୟକ ବୋଲି ଜଣାପଡ଼ିଛି ।ବିକାଶ ପରିବା କିଣିବା ପାଇଁ ହଳଦିଆଗଡ଼ା ବଜାରକୁ ଆସୁଥିଲେ । ଏହି ସମୟରେ ବସ୍‌ଟି ରଙ୍ଗ ରୁଟ୍‌ରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗୁରୁତର ବିକାଶଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ମେଡିକାଲରେ ଭିର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବସ୍‌ ଡ୍ରାଇଭରଙ୍କ ମନମୁଖି ଯୋଗୁଁ ଜଣେ ବ୍ୟାକ୍ତିଙ୍କ ଜୀବନ ଚାଲିଯାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ପାଖାପାଖି ୧୦୦ ମିଟର ପର୍ଯ୍ୟନ୍ତ ବସ୍‌ଟି ରଙ୍ଗ୍‌ରୁଟ୍‌ରେ ଆସିଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି ।

ବସ୍‌ଟି କଲିକତାରୁ ପାରାଦୀପ ଯାଉଥିଲା । ଏହି ସମୟରେ ପାରାଦୀପ ନିକଟରେ ଆଇରନ୍‌ ବୋଘେଇ ଟ୍ରକ୍‌ ଗୁଡ଼ିକର ଭିଡ଼ ଅସମ୍ଭାଳ ଥିଲା । ତେଣୁ ବସ୍‌ଟି ବଡପାଳ ଛକରୁ ରଙ୍ଗ ରୁଟ୍‌ରେ ଯାଇଥିଲା । ଏହି ସମୟରେ ବିପାରିତ ଦିଗରୁ ଆସୁଥିବା ବିକାଶଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ବସ୍‌ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି । ବସଟିର ନାମ ଲୋକନାଥ ବୋଲି ଜଣାପଡିଛି । ବସ୍‌ଟି ଜଳୁଥିବା ଖବର ପାଇଁ ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ମାର୍ଶାଘାଇ ପୋଲିସ ପହଂଚିଘଟଣାର ତଦନ୍ତ ଆରମ୍ଭ କରିଛି । ଖାଲି ସେତିକି ନୁହେଁ ମାର୍ଶାଘାଇ ତହସିଲଦାର ମଧ୍ୟ ଘଟଣାସ୍ଥଳରେ ପହଂଚିି ମୃତ ଯୁବକଙ୍କ ପରିବାରକୁ ରେଡକ୍ରସ ତରଫରୁ ସହାୟତା ଯୋଗାଇ ଦିଆଯିବ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.