ମଦ ବିକ୍ରିକୁ ବିରୋଧ

ଗଣ୍ଡଗୋଳ ପରେ ଯୁବକଙ୍କୁ କଟୁରୀରେ ହାଣିଦେଲେ

କଟକ,(ଏସ୍‌ଏନ୍ୟୁଜ): ମଦ ବିକ୍ରିକୁ ବିରୋଧ କରିବାରୁ ହତ୍ୟା । କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର ବାଣିପଦା ପଂଚାୟତର ହରିଜନସାହିରେ ଘଟିଛି ଏପରି ବର୍ବର କାଣ୍ଡ । ବେଆଇନ ଭାବେ ମଦ ପ୍ରସ୍ତୁତି ଓ ବିକ୍ରିକୁ ବିରୋଧ କରିବାରୁ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ୍‌? ସହ ସାଇଂଟିଫିକ୍‌ ଟିମ୍‌ ପହଂଚି ତନାଘନା ଆରମ୍ଭ କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ମୃତ ସରୋଜର ବଡ ଭାଇ ମଂଟୁ ସାମଲକୁ ପୋଲିସ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ମଦ ବିକ୍ରି ହେଉଥିବା କିଛି ବ୍ୟକ୍ତିଙ୍କ ନାମରେ ଚୌଦ୍ୱାର ଥାନାରେ ସ୍ଥାନୀୟ ଅଂଚଳର କେତେକ ମହିଳା ଅଭିଯୋଗ କରିବାକୁ ଯାଇଥିଲେ । ମହିଳାମାନେ ଅଭିଯୋଗ କରି ସାହିକୁ ଫେରିବା ପରେ ସାହି ଭିତରେ ଗଣ୍ଡଗୋଳ ହୋଇଥିଲା । ବିଳମ୍ବିତ ରାତିରେ ମଦ ବିକ୍ରି କରୁଥିବା ଗୋଷ୍ଠୀର କିଛି ବ୍ୟକ୍ତି ସରୋଜ ନାମକ ଯୁବକଙ୍କୁ ଆକ୍ରମଣ କରିବା ସହିତ କଟୁରୀରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ଦୀର୍ଘ ସମୟ ପର୍ଯ୍ୟନ୍ତ ଛଟପଟ ହେଉଥିଲେ ସରୋଜ । ଚୌଦ୍ୱାର ପୋଲିସ ଖବର ପାଇ ସରୋଜଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.