ଅଭିନେତା ଅଜିତ ଦାସ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ଏସ୍‌ଏନ୍ୟୁଜ): ବରିଷ୍ଠ ଅଭିନେତାଙ୍କୁ କରୋନା । ନେତା ପରେ ଏବେ ଅଭିନେତା ହେଉଛନ୍ତି କରୋନା ଆକ୍ରାନ୍ତ । ଓଡ଼ିଆ ଫିଲ୍ମ ଜଗର ଜଣେ ବରିଷ୍ଠ ଅଭିନେତା ତଥା ବରିଷ୍ଠ କଳାକାର ଅଜିତ ଦାଶ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଲିଛି । ପଜିଟିଭ୍‌ ଚିହ୍ନଟ ପରେ ଘରୋଇ ମେଡିକାଲରେ ତାଙ୍କୁ ଭର୍ତିି କରାଯାଇଛି । ଅନେକ ଓଡ଼ିଆ ଚଳଚିତ୍ରରେ ସେ ବଳିଷ୍ଠ ଅଭିନୟ କରି ଲୋକଙ୍କ ମନରେ ସ୍ଥାନ ସୃଷ୍ଟି କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ତାଙ୍କର ଜନ୍ମ । ଅଜିତ ଛୋଟବେଳରୁ ନାଟକ ସହିତ ଜଡିତ । ତାଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ ଓ ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଦଳ ଥିଲା । ସେଠାରେ ନାଟକ ଦେଖୁ ଦେଖୁ ସେ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ଅଜିତ ଦାସଙ୍କୁ ୧୯୭୬ ମସିହାରେ ନିର୍ମିତ ସିନ୍ଦୁର ବିନ୍ଦୁ କଥାଚିତ୍ରରେ, ଖଳନାୟକ ଭୂମିକାରେ ପ୍ରଥମ ସୁଯୋଗ ଦେଇଥିଲେ ଧୀର ବିଶ୍ୱାଳ । ଏହାପରେ ସେ ନାୟକ ଓ ଚରିତ୍ର ଭୂମିକାରେ ବହୁ ଚଳଚ୍‌ଚିତ୍ରରେ ଅଭିନୟ କରିସାରିଛନ୍ତି । କଥାଚିତ୍ର ବ୍ୟତିତ, ସେ ଟେଲିଭିଜନ ଓ ମଞ୍ଚନାଟକ ସହିତ ମଧ୍ୟ ଜଡିତ । ସେ, ଅଜିତ ନାମକ ନାଟ୍ୟସଂସ୍ଥା ଗଠନକରି ନାଟକ ପରିବେଷଣ ଓ ନାଟ୍ୟଶିକ୍ଷା ପ୍ରଦାନ କରିଆସୁଛନ୍ତି ।

Leave A Reply

Your email address will not be published.