କଟକ,(ଏସ୍ଏନ୍ୟୁଜ):
ରାଜ୍ୟ ପୋଲିସ ଏଷ୍ଟାବ୍ଲିସମେଂଟ ବୋର୍ଡର ଅନୁମୋଦନ କ୍ରମେ ୧୦ ଜଣ ଡିଏସପିଙ୍କୁ ଅତିରିକ୍ତ ଏସପି ପଦବୀକୁ ପୋନ୍ନତି କରାଯିବା ସହିତ ବଦଳି କରାଯାଇଛି । ଭୁବନେଶ୍ୱର ବିପିଏସପିଏରେ ଥିବା ଡିଏସପି ବିଭୁତି ଭୂଷଣ ରାଉତଙ୍କୁ ପୋନ୍ନତି ପରେ କଟକ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ଗୁଇନ୍ଦା ବିଭାଗର ଡିଏସପି ରବୀନ୍ଦ୍ର କୁମାର ଦାସଙ୍କୁ ପୋନ୍ନତି ପରେ ସେହିଠାରେ ଅବସ୍ଥାପିତ କରାଯାଇଛି । କଟକ ଡିଆଇବି ଡିଏସପି ଅମୂଲ୍ୟ କୁମାର ରାଉତରାୟଙ୍କୁ ପୁରୀ ଅତିରିକ୍ତ ଏସପି, ଭିଜିଲାନ୍ସ ଡିଏସପି ହରନାରାୟଣ ପ୍ରସାଦ ପତିଙ୍କୁ ଅତିରିକ୍ତ ଏସପି ଭାବେ ସେହିଠାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କ୍ରାଇମବ୍ରାଂଚ ଡିଏସପି ଦେବୀଦତବିଶ୍ୱଜୀୱନ ମିଶ୍ରଙ୍କୁ ଅତିରିକ୍ତ ଏସପି ପଦବୀକୁ ପଦୋନ୍ନତି ପରେ ସେହିଠାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଉରକେଲା ଆଇୟୁସିଏଡବ୍ଲ୍ୟୁ ଡିଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କୁ ବରଗଡ ଆଇୟୁସିଏଡବ୍ଲ୍ୟୁ ଅତିରିକ୍ତ ଏସପି, ଭୁବନେଶ୍ୱର-କଟକ କମିଶନରେଟର ଏସିପି ରାଜେନ୍ଦ୍ର କୁମାର ସେନାପତିଙ୍କୁ କମିଶନରେଟ ପୋଲିସରେ ଅତିରିକ୍ତ ଡିସିପି ଭାବେ, ଏସିପି ପ୍ରାଣକୃଷ୍ଣ ରାଉତଙ୍କୁ ଆଡିସିନାଲ ଡିସିପି, ଏଚଆରପିସି ଡିଏସପି ଅଶୋକ କୁମାର ଷଡଙ୍ଗୀଙ୍କୁ କୋରାପୁଟ ଆଇୟୁସିଏଡବ୍ଲ୍ୟୁ ଅତିରିକ୍ତ ଏସପି, ଭିଜିଲାନ୍ସ ଡିଏସପି ଦେବନାରାୟଣ ଦାଶଙ୍କୁ ପୋନ୍ନତି ପରେ ସେହି ଭିଜିଲାନ୍ସରେ ଅବସ୍ଥାପିତ କରାଯାଇଛି ।
Prev Post
Next Post