ରାଉରକେଲାରେ ୫ଦିନ ଧରି ହେବ ସେରୋ ସର୍ଭେ

ରାଉରକେଲା , (ଏସଏ ନ୍ୟୁଜ): ରାଉରକେଲା ସହରରେ ଆଜିଠାରୁ ଆରମ୍ଭ ହେବ ସେରୋ ସର୍ଭ? । ଆଂଚଳିକ ଭେଷଜ ଗବେଷଣା କେନ୍ଦ୍ରର ଦୁଇ ଜଣ ବୈଜ୍ଞାନିକଙ୍କ ସହ ରାଉରକେଲା ସହରକୁ ୧୭ ଜଣିଆ ଟିମ ଆସିଛନ୍ତି । ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋମବାର ଠାରୁ ରାଉରକେଲା ସହରରେ ୫ଦିନ ଧରି ସେରୋ ସର୍ଭେଲାନସ ଅନୁଷ୍ଠିତ ହେବା ସହ ସହରର ବିଭିନ୍ନ ସ୍ଥାନରୁ ୨୫ ଶହ ରକ୍ତ ନମୁନା ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍‌ୟୋତି ପରିଡା ସୂଚନା ଦେଇଛନ୍ତି । ସେରୋ ସର୍ଭେଲାନସ ରାଉରକେଲା ସହରର ବିଭିନ୍ନ ୱାର୍‌ଡ ସହିତ ସେକ୍ଟର ଅଂଚଳ ଗସ୍ତ କରି ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି କମିଶନର ସୁଚନା ଦେଇଛନ୍ତି ।

Leave A Reply

Your email address will not be published.