ପାଣିରେ ବୁଡ଼ିଲା ଡଙ୍ଗା

୬ ସରକାରୀ କର୍ମଚାରୀ ଅଳ୍ପକେ ବର୍ତିଲେ

ଅନୁଗୁଳ, (ଏସଏ ନ୍ୟୁଜ): ବନ୍ୟା କବଳରେ ଅଧା ଓଡ଼ିଶା ଥିବାବେଳେ ଆସିଛି ଅଘଟଣ ଖବର । ବନ୍ୟା ପୀଡ଼ିତଙ୍କୁ ସହାୟତା ଯୋଗାଇ ଦେବାକୁ ଯାଉଥିବା ଡଙ୍ଗା ବୁଡ଼ିଯାଇଛି । ଟିକରପଡ଼ାରେ ବନ୍ୟା ପୀଡିତଙ୍କୁ ସହାୟତା ଯୋଗାଇବା ପାଇଁ ସରକାରୀ କର୍ମଚାରୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଛି । ସୌଭାଗ୍ୟବଶତଃ ଏଥିରେ ଥିବା କର୍ମଚାରୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ।ଅନୁଗୁଳ ବ୍ଲକର କନିଷ୍ଠ ଯନ୍ତ୍ରୀ କ୍ଷମାସାଗାର ସିଂହ, ମାଣିକଯୋଡି ପଂଚାୟତ ନିର୍ବାହୀ ଅଧିକାରୀ ନିରଂଜନ ଦେହୁରୀ, ଭିଏଲଡବ୍ଲୁ ସୋମନାଥ ଦାସ, ନାଉରିଆ ଗୋଗୁଆ ବେହେରାଙ୍କ ସହିତ ୬ ଜଣ ଟିକରପଡା ହାଇସ୍କୁଲ ନିକଟରୁ ପଞ୍ଚାୟତ ଅଫିସକୁ ଏକ ଦେଶୀ ଡଙ୍ଗାରେ ଯାଉଥିଲେ । ଅଚାନକ ବନ୍ୟା ପାଣି ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇ ଗୋଟିଏ ପଟକୁ ପଲଟି ଯାଇଥିଲା । ଦେଖୁ ଦେଖୁ ନାଉରିଆଙ୍କ ସହିତ ୬ ଜଣ ଯାକ ପାଣିରେ ପଡିଯାଇଥିଲେ । କାହାରି ପାଖରେ ଲାଇଫ୍‌ ଜାକେଟ୍‌ ନଥିଲା । ଜୀବନ ବଂଚାଇବା ପାଇଁ ଉଦ୍ୟମ କରିଥିଲେ । ତେବେ, ଅନ୍ୟ ଏକ ଡଙ୍ଗାରେ ଥିବା କିଛି ଲୋକଙ୍କ ନଜର ଏମାନଙ୍କ ଉପରେ ଏହି ଘଟଣା ପଡିଥିଲା । ସେମାନେ ସଙ୍ଗେସଙ୍ଗେ ଦେବଦୂତ ଭଳି ସେଠାରେ ପହଂଚି ବହୁ କଷ୍ଟରେ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି ।

Leave A Reply

Your email address will not be published.