ଭୁବନେଶ୍ୱର,(ଏସ୍ଏନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ପାର ହୋଇଛି । ସେହିଭଳି ଆଜି କରୋନାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି । ଯାହାଫଳରେ ରାଜ୍ୟରେ କରୋନା ରୋଗୀଙ୍କ ମୋଟ ମୃତ୍ୟୁ ସଂଖ୍ୟା ୪୯୨ରେ ପହଞ୍ଚିଛି । ୧୦ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩, କନ୍ଧମାଳରୁ ୩, ନୟାଗଡ଼, ସୁନ୍ଦରଗଡ଼, ରାୟଗଡ଼ା ଓ ଗଞ୍ଜାମରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ସେହିପରି ଭବନେଶ୍ୱରରୁ ୫୬ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି ଯିଏକି ପୂର୍ବରୁ ମଧୂମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ । ଗଞ୍ଜାମରୁ ୪୮ ବର୍ଷିୟ ପୁରୁଷଙ୍କ ମୃତ୍ୟୁ, ସେ ମଧ୍ୟ ପୂର୍ବରୁ ମଧୂମେହ ଏବଂ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିଲେ । କନ୍ଧମାଳରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ହେଉଛନ୍ତି ୪୩ ବର୍ଷିୟ ପୁରୁଷ ଯିଏକି ପୂର୍ବରୁ କିଡନୀ ରୋଗ, ମଧୂମେହ ଏବଂ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିଲେ । ଆଉ ଜଣେ ହେଉଛନ୍ତି ୫୮ ବର୍ଷିୟ ପୁରୁଷ, ସେ ମଧ୍ୟ ମଧୂମେହ ଏବଂ ଉଚ୍ଚରକ୍ତ ଚାପରେ ଆକ୍ରାନ୍ତ ଥିଲେ । ଅନ୍ୟଜଣେ ୪୨ ବର୍ଷିୟ ପୁରୁଷ ଯିଏକି ହେପାଟାଇଟିସ୍ ଏବଂ ଥାଇରଏଡ ଜରରେ ଆକ୍ରାନ୍ତ ଥିଲେ ।
ଖୋର୍ଦ୍ଧାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ହେଉଛନ୍ତି ୬୦ ବର୍ଷିୟ ମହିଳା ଏବଂ ଅନ୍ୟଜଣେ ହେଉଛନ୍ତି ୬୦ ବର୍ଷିୟ ମହିଳା ଯିଏକି ପୂର୍ବରୁ ମଧୂମେହ ଏବଂ ଉଚ୍ଚରକ୍ତ ଚାପରେ ଆକ୍ରାନ୍ତ ଥିଲେ । ନୟାଗଡ଼ରୁ ଜଣେ ୭୩ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ରାୟଗଡ଼ରୁ ୫୪ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଛି ଯିଏକି ପୂର୍ବରୁ ମଧୂମେହ ରୋଗରେ ଆକ୍ରାନ୍ତ ଥିଲେ । ସୁନ୍ଦରଗଡ଼ରୁ ଜଣେ ୭୧ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଛି, ସେ ମଧ୍ୟ ପୂର୍ବରୁ ମଧୂମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ ।