୩୦ରୁ ୭ ଓ୧୨ରୁ ୧୪ ନାହିଁ ସଟ୍ଡାଉନ୍, ଲକ୍ଡାଉନ୍
ଭୁବନେଶ୍ୱର(ଏସ୍ଏନ୍ୟୁଜ): ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ରାଜ୍ୟ ସରକାର ସଟ୍ଡାଉନ୍ ଓ ଲକ୍ଡାଉନ୍ କଟକଣାକୁ କୋହଳ କରିଛନ୍ତି । ଏନେଇ ଏସ୍ଆର୍ସିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତା ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ ତାରିଖରେ ହେବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଗଷ୍ଟ ୩ରୁ ସେପ୍ଟେମ୍ବର ୭ ଓ ସେପ୍ଟେମ୍ବର ୧୨ ତାରିଖରୁ ୧୪ ପର୍ଯ୍ୟନ୍ତ ଲକ୍ଡାଉନ୍ ଓ ସଟ୍ଡାଉନ୍କୁ ଉଠାଇ ଦେଇଛନ୍ତି ।

ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ସ୍ୱଚ୍ଛନ୍ଦ ଯାତାୟତ ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଅବଶ୍ୟ ଏହି ସମୟରେ ପରୀକ୍ଷାର୍ଥୀ ଓ ଅନ୍ୟମାନେ କୋଭିଡ ନିୟମକୁ ପାଳନ କରିବେ । ମୁଖା ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ସହ ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନରେ ଛେପ ପକାଇ ପକାଇ ପାରିବେ ନାହିଁ ।