ଭୁବନେଶ୍ୱର: ମହାମାରୀ କରୋନା ସହ ଯୁଦ୍ଧ ବେଳେ ଜଣେ କୋଭିଡ ଯୋଦ୍ଧାଙ୍କ ଜୀବନ ଯାଇଛି । ମୃତକ ଜଣକ କମିଶନରେଟ ପୁଲିସରେ କାର୍ଯ୍ୟରତ କନଷ୍ଟବଲ ଆଶିଷ ମହାକୁଡ । ସେ ରିଜର୍ଭ ପୁଲିସରେ ଅବସ୍ଥାପିତ ଥିବା ବେଳେ ଭୁବନେଶ୍ୱର ମଧ୍ୟ ବିଧାୟକଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲେ । ସେ ଥଣ୍ଡା ଓ ଜ୍ୱରରେ ପୀଡିତ ହେବା ପରେ ତାଙ୍କୁ ଗତ ୧୭ ତାରିଖରେ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁରେ କମିଶନରେଟ ପୁଲିସ ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲା । ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ସାମାଜିକ ଦୂରତା ରକ୍ଷା କରି ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ପୁଲିସ ଅଧିକାରୀମାନେ ତାଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

ଉଲ୍ଲେଖଥାଉ କି, ସ୍ୱର୍ଗତ ମହାକୁଡ ୧୯୯୫ ମସିହାରେ ପୁଲିସ ବିଭାଗରେ ଯୋଗ ଦେଇଥିଲେ । ସେ ଜଣେ ଦକ୍ଷ ଓ ନିଷ୍ଠାବାନ ପୁଲିସ କର୍ମଚାରି ଭାବେ ଖ୍ୟାତି ଲାଭ କରିଥିଲେ । ତାଙ୍କର ଦୁଇ ପୁଅ ଅଛନ୍ତି ।