ମୁଣ୍ଡଳି ଛୁଇଁଲା ହୀରାକୁଦ ବନ୍ୟାଜଳ

୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ

ଭୁବନେଶ୍ୱର, (ଏସ, ନ୍ୟୁଜ): କଟକ ମୁଣ୍ଡଳିରେ ପ୍ରବେଶ କଲା ମହାନଦୀର ବନ୍ୟାଜଳ । ଫଳରେ ମୁଣ୍ଡଳିରେ ବଢ଼ିବାରେ ଲାଗିଛି ଜଳସ୍ତର । ମୁଣ୍ଡଳିରେ ବିପଦ ସଙ୍କେତ ୯୭.୨୦ ଫୁଟ ଥିବା ବେଳେ ବର୍ତମାନ ଜଳସ୍ତର ରହିଛି ୯୫ଫୁଟ ରହିଛି । ଏଠାରେ ୯ ଲକ୍ଷ ୮୭ ହଜାର ୯୧୮ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ସକା ୭ରୁ ୩ ଘଂଟା ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି । ଧିରେ ଧିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ସୂଚନା ରହିଛି । ସେହିପରି ନରାଜଠାରେ କାଠଯୋଡ଼ି ଜଳସ୍ତର ବିପଦ ସଂକେତ ନିକଟତର ରହିଛି । ବିପଦ ସଂକେତ ୨୬.୪୧ ମିଟର ଥିବା ବେଳେ ଜଳସ୍ତର ୨୬.୦୫ ମିଟର ରହିଛି । କାଠଯୋଡ଼ି ନଦୀରେ ବର୍ତମାନ ୪ ଲକ୍ଷ ୯୩ ହଜାର ୫୫୩ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ କମୁଥିବାରୁ ସ୍ଥିତି ସୁଧୁରିବା ନେଇ ଆଶା କରାଯାଉଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ଏହା ପ୍ରଭାବରେ ତଳିଆ ଅଂଚଳରେ ରହିଥିବା ଲୋକେ ସମସ୍ୟାର ସମ୍ମୁଖୀନ ହେବେ । କିନ୍ତୁ ଲୋକେ ନିଜ ଘର ଛାଡ଼ି ଆସିବା ପାଇଁ ନାରାଜ । କିନ୍ତୁ ପ୍ରଶାସନ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରିଛି ।

Leave A Reply

Your email address will not be published.