ଭୁବନେଶ୍ୱର, (ଏସଏ ନ୍ୟୁଜ): ରବିବାର କରୋନାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଫଳରେ ରାଜ୍ୟରେ କରୋନା ରୋଗୀଙ୍କ ମୋଟ ମୃତ୍ୟୁ ସଂଖ୍ୟା ୪୮୨ରେ ପହଂଚିିଛି । ମୃତକ ୧୨ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଗଂଜାମରେ ମୃତ୍ୟୁସଂଖ୍ୟା୧୮୯ ରେ ପହଂଚିିଛି । ଯାହା ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ପ୍ରଥମ ସ୍ଥାନରେ ରହିଛି ।
ସେପଟେ ଭୁବନେଶ୍ୱର, କଟକ, ଯାଜପୁର, ନବରଙ୍ଗପୁର, ପୁରୀ, ସୁନ୍ଦରଗଡ଼, ରାୟଗଡ଼ା ଏବଂ ମାଲକାନାଗିରିରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁ ହୋଇଛି । ଭୁବନେଶ୍ୱରରେ ଜଣଙ୍କର ମୃତ୍ୟୁ ପରେ ଖୋର୍ଦ୍ଧାରେ ୬୨, କଟକରେ ଜଣଙ୍କର ମୃତ୍ୟୁ ପରେ ୩୧ ରେ ପହଞ୍ଚିଛି ମୋଟ ମୃତ୍ୟୁ ସଂଖ୍ୟା । ସେହିଭଳି ଯାଜପୁରରେ ୬ ଜଣ ହୋଇଥିବା ବେଳେ ମାଲକାନାଗିରିରେ ୭, ରାୟଗଡ଼ାରେ ୨୩, ନବରଙ୍ଗପୁରରେ ୨, ସୁନ୍ଦରଗଡ଼ରେ ୩୫ ଏବଂ ପୁରୀରେ ୧୩ରେ ପହଞ୍ଚିଛି ମୋଟ କରୋନା ମୃତ୍ୟୁ ସଂଖ୍ୟା । ଉଲ୍ଳେଖଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ପାର ହୋଇଛି ।