ରବିବାର ରାଜ୍ୟରେ ୩୦୧୪ ନୂଆ କରୋନା ପଜିଟିଭ ଚିହ୍ନଟ

୧ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର(ଏସଏ ନ୍ୟୁଜ): କରୋନା କବଳରେ ସାରା ରାଜ୍ୟ । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଅଗଷ୍ଟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟ କରୋନା ସଂକ୍ରମଣରେ ଏକ ଲକ୍ଷ ପାର କରିଛି । ରବିବାର ୩୦୧୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁୁ କ୍ୱାରେଂଟାଇନରୁ ୧୮୬୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୪୬ ରହିଛି ଲୋକାଲ କଂଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ରହିଛି ୧ ଲକ୍ଷ ୯୩୪ । ସେଥିମଧ୍ୟରୁ ୭୦ ହଜାର ୭୧୪ ଜଣ ସୁସ୍ଥ ହୋଇଥିବା ବେଳେ ୨୯ ହଜାର ୬୮୫ ଜଣ ସଂକ୍ରମିତ ସକ୍ରିୟ ରହିଛନ୍ତି । ସେପଟେ ରବିବାର କରୋନା ଦ୍ୱାରା ୧୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ ୧୭ ଲକ୍ଷ ୩୧ ହଜାର ୫୫୬ ଜଣଙ୍କର କରୋନା ଟେଷ୍ଟ ହୋଇଛି ।

ପୂର୍ବଭଳି ଖୋର୍ଦ୍ଧାରୁ ଆଜି ସର୍ବାଧିକ ୬୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ପରେ କଟକରୁ ୩୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଦୁଇଟି ସ୍ଥାନରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଅନୁଗୁଳରୁ ୨୫, ବାଲେଶ୍ୱରରୁ ୧୩୮, ବରଗଡ଼ରୁ ୧୨୪, ଭଦ୍ରକରୁ ୪୦, ବଲାଙ୍ଗିରରୁ ୩୫, ଦେବଗଡ଼ରୁ ୨, ଢେଙ୍କାନାଳରୁ ୪୯, ଗତପତିରୁ ୯, ଗଞ୍ଜାମରୁ ୨୧୬, ଜଗତସିଂହପୁରରୁ ୬୬, ଯାଜପୁରରୁ ୩୮, ଝାରସୁଗୁଡ଼ାରୁ ୪୫, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୬୦, କେନ୍ଦ୍ରାପଡ଼ାରୁ ୪୪, କେନ୍ଦୁଝରରୁ ୬୮, କୋରାପୁଟରୁ ୧୨୦, ମାଲକାନାଗିରିରୁ ୪୯, ମୟୂରଭଞ୍ଜରୁ ୨୯୨, ନବରଙ୍ଗପୁର

Leave A Reply

Your email address will not be published.