ବିରଳ କଇଁଛ ଉଦ୍ଧାର

ବାଲେଶ୍ୱର,(ଏସ୍‌ଏନ୍ୟୁଜ): ଜଳେଶ୍ୱର ବ୍ଲକ ଅଧୀନ ଓଲମରାର ରାଜନଗର ଗ୍ରାମରୁ ଏକ ବିରଳ କଇଁଛ ଉଦ୍ଧାର ହୋଇଛି । ଉକ୍ତ ଗ୍ରାମର ଚାଷୀ ଅଜୟ ବେହେରା ବିଲରେ କାମ କରୁଥିବାବେଳେ ଏହି କଇଁଛଟିକୁ ଦେଖିଥିଲେ । ପଂଚାୟତର ବ୍ୟକ୍ତି ତଥା ପୂର୍ବତନ ବନ୍ୟପ୍ରାଣୀ ତତ୍ୱାବଧାରକ ଅଶ୍ୱିନୀ କୁମାର ଦାସଙ୍କୁ ଖବର ଦେଇଥିଲେ । ଶ୍ରୀ ଦାସ ସେଠାରେ ପହଂଚି କଇଁଛଟିକୁ ଉଦ୍ଧାର କରି ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କୁ ଅବଗତ କରିଥିଲେ । ଏହି କଇଛଁ ଇଣ୍ଡିଆ ଆଏଡ ଟର୍ଟଲ ପ୍ରଜାତିର ଏବଂ ଏହାର ହାରାହାରି ଲମ୍ବ ୭.୫ରୁ ୭.୯ ଇଂଚ ହୁଏ ବୋଲି କହିଥିଲେ । ଡିଏଫଓଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ବନବିଭାଗର ରେଂଜରଙ୍କ ସହଯୋଗରେ ବରଡ଼ିହା ଫରେଷ୍ଟର ସୌମ୍ୟରଂଜନ ମାଝୀ ଏବଂ ଅନ୍ୟ ବନକର୍ମଚାରୀ କଇଁଛକୁ ସୁରକ୍ଷିତ ଉଦ୍ଧାର କରି ନେଇଛନ୍ତି । ଏହି କଇଁଛଟିକୁ ନନ୍ଦନକାନନରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ଜଣାପଡ଼ିଛି ।

Leave A Reply

Your email address will not be published.