ଭଟ୍ଟାରିକା ମନ୍ଦିର ପରିସରରେ ବନ୍ୟା ଜଳ, ମାଙ୍କୁ ରୋଷ ଘରକୁ ସ୍ଥାନାନ୍ତରିତ

ବଡମ୍ବା,(ଏସ୍‌ଏନ୍ୟୁଜ): ହୀରାକୁଦ ଗେଟ ଖୋଲା ଯିବା ପରେ ମହାନଦୀ ର ଜଳ ସ୍ଥଳ ଧୀରେ ଧୀରେ ବୃଦ୍ଧି ପାଇଥିଲା,ଯାହା ଫଳଲେ ଗତ ବୁଧବାର ରାତି ୧ଟା ପରେ ବଡମ୍ବା ର ପ୍ରସିଦ୍ଧ ଶକ୍ତି ପୀଠ ମା ଭଟ୍ଟାରିକା ମନ୍ଦିର ଭିତରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ପ୍ରବେଶ କରିଛି ।ଏବଂ ମନ୍ଦିର ଭିତରେ ୩ଫୁଟ ର ବନ୍ୟା ଜଳ ପ୍ରଭାହିତ ହେଉଥିଲା ।ଏବଂ ମନ୍ଦିର ରେ ବନ୍ୟା ଜଳ ପ୍ରବେଶ ଫଳରେ ମା ଭଟ୍ଟାରିକା ଠାକୁରାଣୀକୁ ପାହାଡ଼ ଉପରେ ଥିବା ରୋଷ ଗୃହ କୁ ସ୍ଥାନାନ୍ତରିତ କରାଯାଇ ଏବଂ ଯଥା ବିଧି ଅନୁଯାଇ ପୂଜାର୍ଚ୍ଚନା ମଧ୍ୟ କରାଯାଇ ଥିଲା ।

ପରେ ଶୁକ୍ରବାର ଦିନ ସକାଳୁ ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ମନ୍ଦିର ପରିସର ରେ ଅଧ ଫୁଟ ର ପାଣି ପ୍ରଭାବିତ ହେଉଥିଲା । ଖବର ଲେଖା ହେବା ପର୍ଯ୍ୟନ୍ତ ପାଣି ଘେର ରେ ମନ୍ଦିର ଥିଲା । ଦେବୋତ୍ତର ବିଭାଗ ପକ୍ଷରୁ ପାଣି କୁ କେହି ସ୍ଥାନୀୟ ବାସିନ୍ଦା ନ ଯିବାକୁ ବାରଣ କରାଯାଇଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.