ନନ୍ଦନକାନନରେ ବିରଳ ଅନାକୋଣ୍ଡା ମୃତ୍ୟୁ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): ପର୍ଯ୍ୟଟନ ଋତୁ ଆରମ୍ଭରୁ ଦର୍ଶକଙ୍କୁ ଆକର୍ଷିତ କରିବା ଲାଗି ନନ୍ଦନକାନନ କର୍ତୃପକ୍ଷ ଚେନ୍ନାଇରୁ ୮ଟି ହଳଦିଆ ଆନାକୋଣ୍ଡା ଆଣିଥିଲେ । ତେବେ ଆସିଥିବା ୮ଟି ହଳଦିଆ ଆନାକୋଣ୍ଡା ମଧ୍ୟରୁ ପୂର୍ବରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ବର୍ତମାନ ନନ୍ଦନକାନନରେ ୫ଟି ହଳଦିଆ ଆନାକୋଣ୍ଡା ରହିଥିବା ଜଣା ପଡିଛି । ତେବେ ଏହା ପୂର୍ବରୁ ନଭେମ୍ବର ୨୯ ଏବଂ ଡିସେମ୍ବର ୧ରେ ଚେନ୍ନାଇରୁ ଆସିଥିବା ୮ଟି ହଳଦିଆ ଆନାକୋଣ୍ଡା ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଥିଲା । ପ୍ରୋଟୋଜୋନ୍‌ ବା ସୂକ୍ଷ୍ମ ଏମିବା ଜନିତ ସଂକ୍ରମଣରେ ଆଭ୍ୟନ୍ତରୀଣ କ୍ଷତ ଯୋଗୁଁ ୨ଆନାକୋଣ୍ଡାଙ୍କ ମୃତ୍ୟୁ ଘଟିଥିଲା । ସୂଚନା ମୁତାବକ, ନନ୍ଦନକାନନକୁ ୮ଟି ହଳଦିଆ ଆନାକୋଣ୍ଡା ସହ ‘ମଣିଷଖିଆ’ ଅପବାଦ ମୁଣ୍ଡାଇଥିବା ଦୁର୍ଦ୍ଦଷ ତଥା ଆକ୍ରାମକ ୩ଟି ନାଇଲ କ୍ରୋକଡାଇଲ (କୁମ୍ଭୀର) ମଧ୍ୟ ନନ୍ଦନକାନନରେ ପହଂଚିିଥିଲେ । ବିଶ୍ୱର ୨୬ଟି ଦେଶରେ ଦେଖାଯାଉଥିବା ଏହି ପ୍ରଜାତିର ୩ଟି କୁମ୍ଭୀରକୁ ମାଡ୍ରାସସ୍ଥିତ କ୍ରୋକଡାଇଲ ବ୍ୟାଙ୍କରୁ ଅଣାଯାଇଥିଲା । ଏହି ଦୁଇ ବିରଳ ପ୍ରଜାତିର ସରୀସୃପଙ୍କ ଆଗମନ ଫଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଇତିହାସ ଫର୍ଦ୍ଦରେ ଆଉ ଏକ ଅଧ୍ୟାୟ ଯୋଡି ହୋଇଯାଇଥିଲା । ଏହାସହ ନନ୍ଦନକାନନର ପ୍ରଜାତି ସଂଖ୍ୟା ୧୫୮କୁ ବୃଦ୍ଧି ପାଇଥିଲା ।

Leave A Reply

Your email address will not be published.