୫୦ରୁ ଉର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କ ପ୍ଲାଜ୍‌ମା ଦାନ

କଟକ,(ଏସଏନ୍ୟୁଜ): ଓଡିଶା ପୋଲିସରେ କାର୍ଯ୍ୟରତ ୫୨ ଜଣ କରୋନା ଯୋଦ୍ଧା କୋଭିଡକୁ ହରାଇବା ପରେ ପ୍ଲାଜ୍‌ମା ଦାନ କରି ଓଡିଶା ପୋଲିସର ଭାବମୂର୍ତି ବୃଦ୍ଧି କରିଛନ୍ତି । ପ୍ଲାଜମା ଦାନ କରିଥ୍ଖବା ତାଲିକାରେ ଅଛନ୍ତି ଓଏସଏପି ଦ୍ୱିତୀୟ ବାଟାଲିୟନର ୬ଜଣ, ତୃତୀୟ ବାଟାଲିୟନର ୫, ୪ର୍ଥ ବାଟାଲିୟନର ଜଣେ, ଷଷ୍ଠ ବାଟାଲିୟନର ଜଣେ, ଅଷ୍ଟମ

ବାଟାଲିୟନର ୧୪, ଇଣ୍‌ତିଆ ରିଜର୍ଭ ବାଟାଲିୟନ(ଆଇଆରବି), ଆଇଆରବି, ଦେଓଗଡର ୩, ଆଇଆରବି ବୌଦ୍ଧର ୨, ପୋଲିସ ଟ୍ରେନିଂ ସ୍କୁଲ, ନୟାଗଡର ଜଣେ, ଗଞ୍ଜାମ ଜିଲ୍ଲା ପୋଲିସର ୨, କଟକ ଜିଲ୍ଲାର ୪, ପୁରୀ ଜିଲ୍ଲାର ଜଣେ, ନୟାଗଡ ଜିଲ୍ଲାର ଜଣେ, ସୁନ୍ଦରଗଡ ଜିଲ୍ଲାର ୩, ଗଜପତି ଜିଲ୍ଲାର ୬, ବ୍ରହ୍ମପୁର ପୋଲିସ ଜିଲ୍ଲାର ଜଣେ । ଏଥିଲାଗି ପୋଲିସ ଡିଜି ଅଭୟ ଏହି କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.