ଜିଏସଟି ଠକେଇ ଅଭିଯୋଗରେ ୩ ଅଧିକାରୀଙ୍କ ସମେତ ୪ଜଣଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):ଜିଏସଟି ଠକେଇ ଅଭିଯୋଗରେ ଜିଏସଟିର ୩ ଅଧିକାରୀଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି ସିବିଆଇ । ଜିଏସଟି ଠକିବା ପାଇଁ ହୋଟେଲରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲାବେଳେ ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଅଟକ ରଖି ସିବିଆଇ ପଚରାଉଚରା ପରେ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଛି । କିଛି ସମୟ ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ଭୁବନେଶ୍ୱର ରାମମନ୍ଦିର ନିକଟ ଏକ ହୋଟେଲରୁ ସମସ୍ତଙ୍କୁ କାବୁ କରିଥିଲା ସିବିଆଇ । ପ୍ରାୟ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହୋଇଥିବା ସୂଚନା ମିଳିଥିଲା । ହୋଟେଲର ସିସିଟିଭି ଯାଞ୍ଚ କରୁଛି ସିବିଆଇ ଟିମ୍। ଏପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଠକେଇରେ ଖୋଦ ଜିଏସଟି ଇନ୍ସପେକ୍ଟର ସାମିଲ ଅଛନ୍ତି ।ତେବେ ପୂର୍ବରୁ ଜିଏସଟି ଠକିବା ଅଭିଯୋଗରେ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଥିଲା। ଏଥିରେ ୫୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୨୦ କୋଟି ଟଙ୍କାର ଠକେଇ ଠାବ ହୋଇଥିଲା ।

Leave A Reply

Your email address will not be published.