ନିୟମ ନମାନି କରିଥିଲେ ଜଗା ଦର୍ଶନ, ଏବେ ଚାକିରିରୁ ନିଲମ୍ବିତ ଏଏନ୍‌ଏମ୍ କର୍ମୀ

ପୁରୀ,(ଏସ୍‌ଏନ୍ୟୁଜ): ଦର୍ଶନ ନେଇ ଜାରି ହୋଇଥିବା ନିୟମକୁ ନମାନି ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ୪ଜଣ ଏଏନ୍‌ଏମ୍ କର୍ମଚାରୀ‌ଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ନିକଟରେ ମନ୍ଦିରରେ ପ୍ରବେଶ ନେଇ ଥିବା କଟକଣାକୁ ନମାନି ଏହି ୪ ଜଣ ଏଏନଏମ୍ କର୍ମୀଙ୍କ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ଯାହା ପରେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରଶାସନ ପକ୍ଷରୁ ଏବେ କେବଳ ସେବାୟତ ଓ ପୁରୀ ସହରବାସୀଙ୍କୁ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବାର ଅନୁମତି ଦିଆଯାଇଛି ।

Leave A Reply

Your email address will not be published.