ରାଜ୍ୟରେ ରେକର୍ଡ କରୁଛି କରୋନା ସଂକ୍ରମଣ, ଏକ ଲକ୍ଷ ଛୁଇଁବ ସଂକ୍ରମିତଙ୍କ ସଂଖ୍ୟା, ଶୁକ୍ରବାର ସର୍ବାଧିକ ୩ ହଜାର ୬୮୨ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର(ଏସ୍ଏନ୍ୟୁଜ): ରାଜ୍ୟରେ କରୋନା ତାର କାୟା ମେଲାଇ ଚାଲିଛି । କରୋନା ସଂକ୍ରମଣରେ ଓଡ଼ିଶା ରେକର୍ଡ ଭାଙ୍ଗିବାକୁ ଯାଉଛି । ଶୁକ୍ରବାର ସର୍ବାଧିକ ୩ ହଜାର ୬୮୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ୯୪ ହଜାର ୬୬୮ରେ ପହଂଚିଛି ସଂକ୍ରମିତଙ୍କ ସଂଖ୍ୟା । ଆସନ୍ତାକାଲି ସୁଦ୍ଧା ଏହା ଏକଲକ୍ଷକୁ ଛୁଇଁବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ।
କିଛି ଦିନ ହେବ ଲଗାତାର କରୋନା ତାର ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ବ୍ୟସ୍ତ । ଶୁକ୍ରବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଂଟାଇନ ସେଂଟରରୁ ୨୨୪୧ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୪୪୧ ଜଣଙ୍କର ରହିଛି ଲୋକାଲ କଂଟ।।କ୍ଟ । ରାଜ୍ୟରେ ଏପର୍ଯ୍ୟନ୍ତ ୧୬ ଲକ୍ଷ ୧୨ ହଜାର ୯୭ କରୋନା ଟେଷ୍ଟ ହୋଇଛି । ୬୫ ହଜାର ୩୨୪ ଜଣ ସୁସ୍ଥ ହୋଇଥିବା ବେଳେ ୨୮ ହଜାର ୮୩୬ ଜଣ ଏବେ ସକ୍ରିୟ ରହିଛନ୍ତି ।
୩୦ ଜିଲ୍ଲାରୁ ୩୬୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ମଧ୍ୟରୁ ଆଜି ରେକର୍ଡ କରିଛି ଖୋର୍ଦ୍ଧା । କାରଣ ଖୋର୍ଦ୍ଧାରେ ବାକି ସବୁ ଜିଲାଙ୍କଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଦିନକରେ ସର୍ବାଧିକ ୭୭୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୩୬୯ ଏବଂ ରାୟଗଡ଼ାରୁ ୪୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୩ଟି ସ୍ଥାନରୁ ସର୍ବାଧିକ କରୋନା ଚିହ୍ନନ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୫୬, ବାଲେଶ୍ୱରରୁ ୮୭, ବରଗଡ଼ରୁ ୧୫୨, ଭଦ୍ରକରୁ ୫୧, ବଲାଙ୍ଗିରରୁ ୬୮, ବୌଦ୍ଧରୁ ୧୪, ଦେବଗଡ଼ରୁ ୧୨, ଢେଙ୍ଗାନାଳରୁ ୬୧, ଗଜପତିରୁ ୪୮, ଗଞ୍ଜାମରୁ ୧୭୪, ଜଗତସିଂହପୁରରୁ ୪୪, ଯାଜପୁରରୁ ୮୮, ଝାରସୁଗୁଡ଼ାରୁ ୪୩, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୪୪, କେନ୍ଦୁଝରରୁ ୫୯, କୋରାପୁଟରୁ ୧୪୦, ମାଲକାନାଗିରିରୁ ୮୬, ମୟୂରଭଞ୍ଜରୁ ୨୭୨, ଅବରଙ୍ଗପୁରରୁ ୩୮, ନୟାଗଡ଼ରୁ ୧୦୯, ନୂଆପଡ଼ାରୁ ୨୩, ପୁରୀରୁ ୧୧୫, ସମ୍ବଲପୁରରୁ ୧୨୮, ସୋନପୁରରୁ ୨୭, ସୁନ୍ଦରଗଡ଼ରୁ ୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।