ମୁସଲିମ୍‌ ଝିଅର ମୁହଁରେ ଅନର୍ଗଳ ବେଦ ମନ୍ତ୍ର, ଧାର୍ମିକ ଭାବନାରୁ ଉପରେ ଥିବା ଝିଅଟି ପାଇଁ ଅର୍ଥ ହୋଇଛି ବାଧକ

କେନ୍ଦ୍ରାପଡ଼ା, (ଏସଏ ନ୍ୟୁଜ): କନ୍ଦ୍ରାପଡ଼ା ଜିଲ୍ଲା ଘାଗରା ଗାଁର ପ୍ରତିଭାବନ ଛାତ୍ରୀ ସମଜାନ୍‌ ଖାତୁନ । ମୁସଲିମ୍‌ ପରିବାରରେ ଜନ୍ମ । ହେଲେ ବେଦ ମନ୍ତ୍ର ପାଠ କରିବାରେ ସେ ସିଦ୍ଧହସ୍ତ । ଭଜନ ଜଣାଣ ଅନର୍ଗଳ ବୋଲି ପାରୁଛନ୍ତି । ତେବେ ଅର୍ଥ ଅଭାବରୁ ଏହି ଛାତ୍ରୀ ଜଣକ ପାଠ ପଢ଼ାକୁ ଆଦରି ପାରୁନାହାନ୍ତି ।

ମୁହଁରେ ବେଦ ମନ୍ତ୍ର । ତାଙ୍କ ମୁହଁରୁ ଭଜନ, ଜଣାଣ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କ ସ୍ତୁତି ପ୍ରାଞ୍ଜଳ ଭାବେ ଉଚ୍ଚାରଣ କରି ପାରୁଛନ୍ତି । କେନ୍ଦ୍ରାପଡା ଘାଘରା ଗଁ ।ର ସମଜାନ୍‌ ଖାତୁନ୍‌ ପାଠରେ ବେଶ୍‌ ଆଗୁଆ । ମାଟ୍ରିକ୍‌ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହୋଇଥିଲେ ସୁଦ୍ଧା ପାଠରେ ଡୋରି ବାନ୍ଧିବାକୁ ଯାଉଛନ୍ତି । ଅର୍ଥାଭାବ ଯୋଗୁଁ କଲେଜରେ ପଢିବାର ସ୍ୱପ୍ନ ତାଙ୍କର ଭାଙ୍ଗି ଚୁରମାର ହୋଇ ଯାଇଛି । ତଥାପି ପରିବାର ଲୋକଙ୍କ ଅଜାଣତରେ ଅନ୍‌ ଲାଇନ୍‌ ଫର୍ମ ଫିଲପ୍‌ କରିଛନ୍ତି । ସମଜାନଙ୍କ ବାପା ସେକ୍‌ କଲ୍ଲିମୁଦ୍ଧିନ୍‌ ଜଣେ ଦିବ୍ୟାଙ୍ଗ । ମୂଲଲାଗି ଅତି କଷ୍ଟ ସେ ପରିବାର ପ୍ରତିପୋଷଣ କରନ୍ତି । ୪ ଝିଅ ଓ ଗୋଟିଏ ପୁଅ ମଧ୍ୟରୁ ଦୁଇ ଝିଅ ବିବାହ କରି ସାରିଛନ୍ତି । ସେପଟେ ଝିଅ ପାଠପଢି ନର୍ସ ହୋଇ ଅସହାୟଙ୍କ ସେବା କରିବା ପାଇଁ ସ୍ୱପ୍ନ ଦେଖୁଛି । ସହାୟତା ମିଳିଲେ ସମଜାନ୍‌ଙ୍କ ସ୍ୱପ୍ନ ନିଶ୍ଚିତ ପୂରଣ ହୋଇପାରିବ ।

Leave A Reply

Your email address will not be published.