ସ୍ଥାନୀୟ ସଂକ୍ରମଣ ୧୧୮ ଜଣ
କଟକ, (ଏସଏ ନ୍ୟୁଜ): ଗୁରୁବାର ୨୧ଜଣ କରୋନା ଯୋଦ୍ଧାଙ୍କ ସହିତ କଟକ ସହରରୁ ମୋଟ୍ ୩୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସ୍ସିବି ଆଇସୋଲେସନରୁ ୪ ଜଣ, ଏକ ସରକାରୀ ସଂଗରୋଧରୁ ୧୬ ଜଣ ଓ ସ୍ଥାନୀୟ ସଂକ୍ରମଣ ହୋଇ ଜଣେ କରୋନା ଯୋଦ୍ଧା କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ୍ଜରିଆରେ ଏହି ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ କଟକ ସହରରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୭୧କୁ ବୃଦ୍ଧି ପାଇଛି । ଏଥିରୁ ୨୪୧୮ ଜଣ ସୁସ୍ଥ ହୋଇଥିବା ବେଳେ ୧୭୩୦ ଜଣ ସକ୍ରିୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ମୃତକଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି ।
ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୮୧ ଜଣ, ଗୃହ ସଂଗରୋଧରୁ ୧୦୩ ଜଣ ଓ ସ୍ଥାନୀୟ ସଂକ୍ରମଣ ଯୋଗୁଁ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସ୍?ସିବି ଆଇସୋଲେସନରୁ ଆଜି ୪ ଜଣ କୋଭିଡ ଯୋଦ୍ଧା (୨ ଜଣ ପୁରୁଷ, ୨ ଜଣ ମହିଳା)ଙ୍କ ସମେତ ମୋଟ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ସରକାରୀ ସଂଗରୋଧରୁ ଚିହ୍ନଟ ୭୧ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୩୯ ଜଣ ପୁରୁଷ, ୧୬ ଜଣ ମହିଳା ଓ ୧୬ ଜଣ କରୋନା ଯୋଦ୍ଧା ଅଛନ୍ତି ।
ଗୁରୁବାର ଚିହ୍ନଟ ୧୧୮ ଜଣ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ଜୋବ୍ରା କେନାଲ ରୋଡରୁ ୬ ଜଣ, ମଙ୍ଗଳାବାଗ, କେଶରପୁର, ସିଡିଏ ସେକ୍ଟର-୬, ରାଣୀହାଟ, ଚାଉଳିଆଗଂଜ, ପୀଠାପୁରରୁ ୫-୫ ଜଣ, ଜଗତପୁରରୁ ୪ ଜଣ, ବାଦାମବାଡି, ସିଡିଏ ସେକ୍ଟର-୧୦, ସିଡିଏ ସେକ୍ଟର-୭ ଓ ମହାନଦୀ ବିହାରରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସିଏମ୍ସିର ତଥ୍ୟ ଅନୁସାରେ ଆଜି ଗୃହ ସଂଗରୋଧରୁ ମୋଟ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ବକ୍ସିବଜାର ନୟାସଡକରୁ ୯ ଜଣ, ତୁଳସୀପୁର ପୁଲିସ କଲୋନି, ତୁଳସୀପୁର ମଠସାହିରୁ ୮-୮ ଜଣ, ସିଡିଏ ସେକ୍ଟର-୯ରୁ ୭ ଜଣ, ସିଡିଏ ସେକ୍ଟର-୬, କେଶରପୁରରୁ ୬-୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।