ଦୁର୍ନୀତି ବିରୋଧରେ ଶୂନ୍ୟ ସହନ ନୀତି କ୍ରମରେ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୁଳକ ଅବସର ପ୍ରଦାନ ପାଇଁ କେନ୍ଦ୍ରକୁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):ଦୁର୍ନୀତି ବିରୋଧରେ ଶୂନ୍ୟ ସହନ ନୀତି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଆଇଏଫ୍ଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୁଳକ ଅବସର ପ୍ରଦାନ ପାଇଁ ସୁପାରିସ କରିଛନ୍ତି । ଦୁର୍ନୀତି ଅଭିଯୋଗ ଆଧାରରେ ପ୍ରଥମ ଥର ପାଇଁ କୌଣସି ସର୍ବଭାରତୀୟ ଅଧିକାରୀଙ୍କୁ ଏଭଳି ବାଧ୍ୟତାମୁଳକ ଅବସର ପ୍ରଦାନ ପାଇଁ ଓଡ଼ିଶା ସରକାର ସୁପାରିସ କରିଛନ୍ତି । ସୂଚନାଯୋଗ୍ୟ ଯେ, ଓଡ଼ିଶା ଭିଜିଲାନ୍ସ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି ।

ଏପର୍ଯ୍ୟନ୍ତ ଭିଜିଲାନ୍ସ ମୋଟ ୨୦ କୋଟିର ସଂପତି ଠାବ କରିଛି । ଉଭୟ ବାପ ଓ ପୁଅ ଏବେ ଜେଲରେ ଅଛନ୍ତି । ଅଭୟକାନ୍ତ ନିଜ କଳା ଟଙ୍କାକୁ ପୁଅ ବ୍ୟାଙ୍କ୍ ଆକାଉଣ୍ଟରେ ଡିପୋଜିଟ୍ କରୁଥିଲେ । ଏହା ସହ ପୁଅ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ଭାବେ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ।

ତାଙ୍କ ପୁଅ ଆକାଶଙ୍କୁ ମଧ୍ୟ କ୍ରାଇମବ୍ରାଂଚ୍ ଏହି ମାମଲାରେ ଗିରଫ କରିଛି । ସେ ବେକାର ଯୁବକଙ୍କୁ ଚାକିରି ଦେବା ଲୋଭ ଦେଖାଇ ଟଙ୍କା ଆଦାୟ କରୁଥିଲେ । ଏନେଇ ଟାଟା ମୋଟର୍ସ ପକ୍ଷରୁ ତାଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା । ଅଭୟକାନ୍ତ ନିଜ ମର୍ସିଡିସ୍,ବିଏମଡବ୍ଲୁ ଭଳି ଦାମି କାର ବ୍ୟବହାର କରୁଥିଲେ । ଲକଡାଉନ୍ କାଳରେ ଅଭୟକାନ୍ତ ନିଜ ପରିବାର ସହ ଚାର୍ଟର ପ୍ଲେନରେ ବୁଲୁଥିଲେ । ସେମାନେ ଦାମି ହୋଟେଲରେ ରହୁଥିଲେ । ଉଭୟ ପିତା-ପୁତ୍ର ଘରୋଇ ସୁରକ୍ଷାକର୍ମୀ ଓ ବାଉନସରଙ୍କୁ ବ୍ୟବହାର କରୁଥିଲେ ।

Leave A Reply

Your email address will not be published.