ମାଥିଲି ଥାନାରେ ମାଓବାଦୀଙ୍କ ବର୍ବରକାଣ୍ଡ, ରାସ୍ତାକାମକୁ ବିରୋଧ କରି ପୋଡ଼ିଲେ ୩ଟି ଗାଡ଼ି

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): ବଢ଼ୁଛି ମାଓବାଦୀଙ୍କର ଦୌରାତ୍ମ୍ୟ । ଗୋଟିଏ ପରେ ଗୋଟିଏ ବର୍ବର କାଣ୍ଡ ଭିଆଉଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ମାଥିଲି ଥାନାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଡିଙ୍ଗିରିଗୁଡି ଓ ଗୋଲୀଆ ମଝିରେ ଲାଲବାହିନୀ ଲାଲତାଣ୍ଡବ ରଚିଛନ୍ତି । ରାସ୍ତାକାମକୁ ବିରୋଧ କରି ୩ଟି ଗାଡି ପୋଡିଦେଇଛନ୍ତି ୧୫ରୁ ୨୦ ମାଓବାଦୀ । ଠିକାଦାର ଙ୍କ ବୋଲେରୋ , ଜେସିବି ଓ ଟ୍ରାକ୍ଟର ଜାଲିଦେଲେ ମାଓବାଦୀ । ଏହାସହ ଠିକାଦାରଙ୍କୁ ମଧ୍ୟ ହତ୍ୟା କରିଛନ୍ତି ଲାଲବାହିନୀ । ମୃତ ଠିକାଦାର ହେଲେ ସୁକମାର ମଣ୍ଡଳ । ଏହି ଘଟଣା ପରେ ପୋଲିସ ସେହି ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରିଛି।

Leave A Reply

Your email address will not be published.