୨୦୨୧ରୁ ୪ଟି ସେସନରେ ହେବ ଜେଇ ମେନ ପରୀକ୍ଷା: ଓଡ଼ିଆ ଭାଷା ସମେତ ୧୩ଟି ଭାଷାରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): ୨୦୨୧ରୁ ୪ଟି ସେସନରେ ହେବ ଜେଇ ମେନ ପରୀକ୍ଷା । ପ୍ରଥମ ଥର ପାଇଁ ପରୀକ୍ଷାର୍ଥୀ ୪ଥର ଚାହିଁଲେ ଦେଇପାରିବେ ଜେଇ ମେନ । ଏହାସହ ଓଡ଼ିଆ ଭାଷା ସମେତ ୧୩ଟି ଭାଷାରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ଏନେଇ ଗତକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି  । ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ’ ରେ ହେବ ପରୀକ୍ଷା । ପ୍ରଥମ ପରୀକ୍ଷା ଫେବ୍ରୁଆରୀ ୨୩ରୁ ୨୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ  । ତେବେ ପାଠ୍ୟକ୍ରମରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି କହିଛନ୍ତି ପୋଖରିୟାଲ

Leave A Reply

Your email address will not be published.